oom

ବଲାଙ୍ଗିର ଜିଲ୍ଲା ସଂଗଠନର କାର୍ଯ୍ୟକାରିଣୀ ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏମ୍‌ଆଇ ବଙ୍ଗଳାରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ସଭାପତି ବିପିନ ଦାସଙ୍କ ଉପସ୍ଥିତିରେ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା ସଂଗଠନର କାର୍ଯ୍ୟକାରିଣୀ ବୈଠକ ଏବଂ ଏକ ସାମ୍ବାଦିକ ସମ୍ମିଳନୀ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ସମ୍ବୋଦ୍ଧିତ କରି ରାଜ୍ୟ ସଭାପତି ବିପିନ ଦାସ ଦେଶରେ କଠୋର ଜନସଂଖ୍ୟା ଆଇନ ପ୍ରଣୟନ ପାଇଁ ଯୁକ୍ତି ରଖିବା ସହ ବର୍ତ୍ତମାନ ଭାରତର ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ଉତ୍ପର୍ଣ୍ଣ ହେଉଥିବା ସମସ୍ୟା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ସହ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉର ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସହର ବ୍ୟତୀତ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ, ପୁଇଁତଲା ବ୍ଲକ, ଆଗଲପୁର ବ୍ଲକ, ଦେଓଗାଁ ବ୍ଲକ, ବଲାଙ୍ଗିର ବ୍ଲକ, ଲୋଇସିଙ୍ଗା ବ୍ଲକର ଶତାଧିକ ପଦାଧିକାରୀ ଏବଂ କର୍ମୀ ଯୋଗ ଦେଇଥିଲେ । ସେହିପରି ସନ୍ଧ୍ୟା ୪ଘଣ୍ଟା ସମୟରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ବଲାଙ୍ଗିରର ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ ସଭାପତି ଶ୍ରୀ ଦାସ ସଂଗଠନର କାର୍ଯ୍ୟବଳୀ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ତାଙ୍କର ସହଯୋଗ କାମନା କରିଥିବା ବେଳେ ଗତକାଲି ସନ୍ଧ୍ୟାର ବୈଠକରେ ବିକ୍ରମାନନ୍ଦ ବହିଦାର, ଇଂ ମଗନଲାଲ ଅଗ୍ରୱାଲ, ନୀଳମଣି ମିଶ୍ର, ବ୍ୟବସାୟୀ ସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ, ମନୋରଞ୍ଜନ ସାହୁ, ବିଭୁତି ଭୂଷଣ ପାଣିଗ୍ରାହୀ, ପ୍ରଭାକର ମିଶ୍ର, ଜି ବେହେରାଙ୍କ ସହ ସୋନପୁର ସଂଗଠନର ନବ ଦନ୍ତା, ଶ୍ରଦ୍ଧାଞ୍ଜଳି ମିଶ୍ର, ସୁରେଶ ମିଶ୍ର ପ୍ରମୁଖ ଯୋଗଦାନ କରି ନିଜ ନିଜର ମୂଲ୍ୟବାନ ମତାମତ ରଖିଥିଲେ । ସଂଗଠନର କାର୍ଯ୍ୟକାରିଣୀ ବୈଠକରେ ମୁନା ପଟ୍ଟନାୟକ, ଶ୍ରୀମତୀ ନିହାରୀକା ମିଶ୍ର, ଅନୁରାଗି ନାହାକ, ନରେଶ ଅଗ୍ରୱାଲ, ସନ୍ତୋଷ କୁମାର ପୋଢ଼, ସୁଦାମ ଧରୁଆ, ଚୁଡାମଣି ବାରିକ, ଦୟାନିଧି ଗଡତିଆ, ସରୋଜ କୁମାର ଦାସ, ପରସୁ ନାୟକଙ୍କ ସହ ଶତାଧିକ କର୍ମକର୍ତ୍ତା ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.