oom

ବଲାଙ୍ଗିର ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହେଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ : ଜାଣନ୍ତୁ, କିଏ କେଉଁ ବ୍ଲକରୁ ହେଲେ ନିର୍ବାଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ୧୪ ଗୋଟି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସଂପନ୍ନ ହୋଇଥିବା ଜଣାପଡିଛି । ନିର୍ବାଚନ ପାଇଁ ପ୍ରତ୍ୟେକ ବ୍ଲକରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ବଙ୍ଗୋମୁ୍‌ଣ୍ଡା ବ୍ଲକରେ କଂଗ୍ରେସ ସମର୍ଥିତ ପ୍ରାର୍ଥିନୀ ରଂଜୁବାଳା ବେହେରା, ମୁରିବାହାଲ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ହରିବନ୍ଧୁ ମେହେର, ସଇଁନ୍ତଲା ବ୍ଲକରେ କଂଗ୍ରେସ ସମର୍ଥିତ ପ୍ରାର୍ଥିନୀ ମୋନିକା ସିଂ ଭୋଇ, ଗୁଡେଭେଲା ବ୍ଲକରେ ସ୍ୱାଧୀନ ପ୍ରାର୍ଥୀ ରବି ଡୋରା, ଟିଟିଲାଗଡ ବିଜେଡି ସମର୍ଥିତ ପ୍ରାର୍ଥିନୀ ସଂଯୁକ୍ତା ନାଏକ, ଆଗଲପୁର ବ୍ଲକରେ ସ୍ୱାଧୀନ ପ୍ରାର୍ଥିନୀ ଗୀତାଞ୍ଜଳି ଦାଶ, ଲୋଇସିଂହା ବ୍ଲକରେ ସ୍ୱାଧୀନ ପ୍ରାର୍ଥୀ ଯତୀନ୍ଦ୍ର ପଟେଲ,ବଲାଙ୍ଗିର ସଦର ବ୍ଲକରେ ବିଜେଡିର ସମର୍ଥିତ ପ୍ରାର୍ଥିନୀ ସରିତା ବାଗ, ପୁଇଁନ୍ତଲା ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ, ପାଟଣାଗଡ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ନିଳକାନ୍ତ ବାଗ, ବେଳପଡା ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥିନୀ ଟିନା କୁମ୍ଭାର, ଖପ୍ରାଖୋଲ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥିନୀ ନିରୁପମା ପଟେଲ, ତୁରେକେଲା ବ୍ଲକରେ କଂଗ୍ରେସ ସମର୍ଥିତ ପ୍ରାର୍ଥିନୀ ପୂଜା ବେହେରା ଏବଂ ଦେଓଗାଁ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଦୟାନିଧୀ ଖମାରୀ ବ୍ଲକ ଅଧ୍ୟକ୍ଷ/ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।

jittmm
Leave A Reply

Your email address will not be published.