
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଆସୁଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ । ଏଥିପାଇଁ ଖୁବ୍ ଚଳଚଞ୍ଚଳ ବଲାଙ୍ଗିର ସହର । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍ରେ ଆୟୋଜିତ ନୂଆ-ଓ ‘ଫେଷ୍ଟ’ କାର୍ଯ୍ୟକ୍ରମରେ ଯୋଗଦେବେ ଫାଇଭ୍-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳର ହଜାର ହଜାର ଛାତ୍ରଛାତ୍ରୀ ଯୋଗଦାନ କରିଥିବା ବେଳେ ଆଜି ଛାତ୍ରଛାତ୍ରୀମାନଙ୍କ ସମୃଦ୍ଧ ଭବିଷ୍ୟତ ପାଇଁ ଗୁରୁମନ୍ତ୍ର ଦେବେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ।