ସାପ ଧରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପହଂଚିଲେ ଗଇଁତଲା ଗାଁର ଜଣେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ଯୁବକ ଏକ ସାପକୁ ଧରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପହଂଚିଥିଲେ । ହସପିଟାଲ ଷ୍ଟାଫ ଓ ରୋଗୀ ମାନଙ୍କ ସମ୍ପର୍କୀୟ ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ । ସାପ ଧରି ହସପିଟାଲକୁ ଆସିଥିବା ଯୁବକ ଜଣକ ବଲାଙ୍ଗିର ପୁଇଁତଲା ଥାନା ଅନ୍ତର୍ଗତ ଗଇଁତଲା ଗାଁର ସୁବାଷ ସୁନା ହୋଇଥିବା ବେଳେ ସୁବାଷ କ’ଣ ପାଇଁ ସାପକୁ ଧରି ହସପିଟାଲକୁ ପହଂଚିଥିଲେ । ସେ ବିଷୟକୁ ନେଇ ସମସ୍ତେ ଚିନ୍ତିତ ହୋଇପଡିଥିଲେ । ପରେ ଜଣାପଡିଲା ଯେ, ସୁବାଷଙ୍କୁ ଏକ ଧମଣା ସାପ କାମୁଡି ଦେଇଥିଲା । ଫଳରେ ସଂଗେ ସଂଗେ ସୁବାଷ ସାପକୁ ଧରି ହସ୍ପିଟାଲକୁ ଆସିଥିଲେ । କାରଣ ଡାକ୍ତର ସାପକୁ ଦେଖି ସେ ହିସାବରେ ତାଙ୍କର ଚିକିତ୍ସା କରିପାରିବେ । କିନ୍ତୁ ହସ୍ପିଟାଲ୍ କର୍ମଚାରୀ ମାନେ ସାପକୁ ଛାଡିକି ଆସିବା ପାଇଁ ସୁବାଷକୁ କହିଥିଲେ । ସୁବାଷ ସାପକୁ ନେଇ ଛାଡ଼ିବା ପରେ ତାଙ୍କର ଚିକିତ୍ସା କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ଘରକୁ ଫେରିଥିବା ଜଣାପଡିଛି ।

Leave A Reply

Your email address will not be published.