jayashree

ବଲାଙ୍ଗିର ଜିଲ୍ଲା ବିଜୁ ମହିଳା ଜନତା ଦଳର ଦ୍ୱିତୀୟ ଥର ପାଇଁ ଉପସଭାପତି ହେଲେ ବବିତା ପୁଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାପତି ଭାବେ ଶ୍ରୀମତୀ ବବିତା ପୁଟେଲଙ୍କୁ ମନୋନୀତ କରାଯାଇଛି । ଏଥିପାଇଁ ଶ୍ରୀମତୀ ପୁଟେଲ ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ତାଙ୍କୁ ତାଙ୍କ ଶୁଭେଚ୍ଛୁ ମାନେ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଥିବା ଜଣାପଡିଛି । ସୂଚନା ଅନୁସାରେ ଶ୍ରୀମତୀ ପୁଟେଲଙ୍କୁ ଦ୍ୱିତୀୟ ଥର ପାଇଁ ଏହି ଉପସଭାପତି ପଦରେ ମନୋନୀତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.