ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟି ତରଫରୁ ବଲାଙ୍ଗିର ସହରର ଡ୍ରେନ ସମସ୍ୟାକୁ ନେଇ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟି ତରଫରୁ ବଲାଙ୍ଗିର ସହରର ଡ୍ରେନ ସମସ୍ୟାକୁ ନେଇ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖଖରେ ଧାରଣା ଦିଆଯାଇଥିଲା । ବଲାଙ୍ଗିର ସହରର ଡ୍ରେନ ଗୁଡିକ ଅନେକ ଦିନରୁ ଅଲିଆ ଆବର୍ଜନାରେ ପୋତି ହୋଇ ରହିଛି ଯାହା ଉଦାହରଣ ଏହି ଦୁଇ ଦିନ ତଳେ ହୋଇଥିବା ଗୋଟିଏ ବର୍ଷାରେ ଡ୍ରେନ ଗୁଡିକରେ ଅଲିଆ ଆବର୍ଜନାରେ ପୋତି ହୋଇଥିବା ଯୋଗୁଁ ରାସ୍ତା ମଝିରେ ପାଣି ଜମି ରହିଥିଲା । ଆଗାମୀ ଦିନରେ ପ୍ରବଳ ବର୍ଷା ହେବାର ପାଣିପାଗ ତରଫରୁ ସୁଚନା ମିଳୁଛି ତେଣୁ ବଲାଙ୍ଗିର ସହରରେ ବିଗତ ବର୍ଷରେ କୃତ୍ରିମ ବନ୍ୟା ହେବାର ନଜର ରହିଛି । ପୌର ପରିଷଦର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଡ୍ରେନ ଗୁଡିକ ସଫା ହେଉନଥିବାରୁ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣାରେ ବସିବାକୁ ବାଧ୍ୟ ହେଲୁ ଏବଂ ଧାରଣା ସ୍ଥଳକୁ ପୌର ନିର୍ବାହୀ ଅଧିକାରୀ ଆସି ବୁଝାସୁଝା କରି ଆଗାମୀ ଖୁବ୍‌ କମ ଦିନରେ ଡ୍ରେନ ଗୁଡିକୁ ସଫା କରାଯିବ ବୋଲି ପ୍ରତିଶୃତି ଦେବାରୁ ଧାରଣ ସ୍ଥଗିତ ରଖାଗଲା । ଆଜିର ଏହି ଧାରଣା କାର୍ଯ୍ୟକ୍ରମରେ ସଭାପତି ବିନୋଦ କାଲସାଏ, ରିଲୁ ରଥ, ପ୍ରଶାନ୍ତ ମହାକୁର, ରାଜେନ୍ଦ୍ର ସେଠୀ, ସଞ୍ଜୟ ସାହୁ, ଟୁଲୁ ସେନ ଓ କ୍ରିଷ୍ଣା ପାତ୍ର ପ୍ରମୁଖ ଧାରଣାରେ ବସିଥିଲେ ।

jittmm
Leave A Reply

Your email address will not be published.