ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର : ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗିରର ତ୍ରୈବାର୍ଷିକ ସାଧାରଣ ପରିଷଦ ବୈଠକ ସାଙ୍ଗକୁ କର୍ମକର୍ତ୍ତା ନିର୍ବାଚନ (୨୦୨୫-୨୮) ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲୋଟସ ଷଡଙ୍ଗୀ ଓ ସଂପାଦକ ଭାବେ ମନମୋହନ ରଥ ପୁନଃ ନିର୍ବାଚିତ ହୋଇଥିଲେ । କୋଷାଧ୍ୟକ୍ଷ ଭାବେ ଅଶୋକ ମେହେର ଓ ସାଂଗଠନିକ ସଂପାଦକ ଭାବେ ଶ୍ରୀମନ୍ତ ପଣ୍ଡା ମନୋନିତ ହୋଇଥିଲେ । ଜିଲ୍ଲାର ବିଭିନ୍ନ ଜୋନରୁ କାର୍ଯ୍ୟକାରିଣୀ ସମିତି ସଭ୍ୟ ଚୟନ କରାଯାଇଥିଲା । ଉକ୍ତ ବୈଠକରେ ସଂଘ ସଭାପତି ଲୋଟସ ଷଡଙ୍ଗି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଂସଦ ସଂଗିତା କୁମାରୀ ସିଂଦେଓ ଉଦ୍‌ବୋଧନ ଦେଇଥିଲେ । ଓ ଟିଭି ପଶ୍ଚିମ ଓଡିଶା ବ୍ୟୁରୋ ଚିପ୍ ମନୋରଂଜନ ଯୋଷୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଔଷଧ ନିରୀକ୍ଷକ ଉମାଶଙ୍କର ମେହେର ଓ ଅଙ୍କୁଶ ଅଗ୍ରୱାଲ ଔଷଧ ନିୟମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ର ସଭାପତି ପି. ସତ୍ୟନାରାୟଣ, ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ର, ସାଂଗଠନିକ ସାଂପାଦକ ଦିପକ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁସିଡିଏ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଜୟନ୍ତ ଦିକ୍ଷିତ ଓ ଜୟପ୍ରକାଶ ତ୍ରିପାଠି ନିର୍ବାଚନ ପରିଚାଳନା କରିଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ଲଳିତ ଚୈାଧୁରି, କମଳ ଚକ୍ରବର୍ତ୍ତି ଓ ସଂଜୟ ଚୌଧୁରି ଦାୟିତ୍ୱ ତୁଳାଇ ଥିଲେ । ଉକ୍ତ ବୈଠକରେ ନୈନା ଅଗ୍ରୱାଲ, ରନିତା ମେହେର ଓ ରାମଚନ୍ଦ୍ର ପୁରୋହିତଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ ବୈଠକରେ ବରଗଡ, ସମ୍ବଲପୁର, ଝାରସୁଗୁଡା ତଥା ବଲାଙ୍ଗିର ଜିଲ୍ଲାରୁ ପ୍ରାୟ ୧୫୦ ଜଣ ସଭ୍ୟ ଯୋଗଦାନ କରିଥିଲେ । ସଞ୍ଜିବ ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତରୁଣ ମିଶ୍ର ଓ ମନମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.