oom

ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜାଘାତରେ ବାଳକର ମୃତ୍ୟୁ : ଜଣେ ଗୁରୁତର ଆହତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜପାତରେ ଜଣେ ବାଳକର ମୃତ୍ୟୁ ଓ ଜଣେ ଗୁରୁତର ଆହତ ହୋଇଛି । ପଦ୍ମପୁର ସବ ଡ଼ିଭିଜନ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରେନା ଗ୍ରାମର ରଞ୍ଜିତ ଧରୁଆ(୮ବର୍ଷ) ମୃତ୍ୟୁ ହୋଇଥିବା ବେଳେ ଓ ସୋନୁ ଦଣ୍ଡସନା(୧୧ବର୍ଷ) ଗୁରୁତର ଆହତ ହୋଇଛି । ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ଅପରାହ୍ନ ୩ ଘଣ୍ଟା ସମୟରେ ବ୍ରଜପାତ ହୋଇଥିଲା । ରଞ୍ଜିତକୁ ଆମ୍ବୁଲେସ୍ ଯୋଗେ ସାଙ୍ଗେ ସାଙ୍ଗେ ନୂଆପଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା । କିନ୍ତୁ ରଞ୍ଜିତର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏ ପାଖେ ଗୁରୁତର ଆହତ ସୋନୁକୁ ପାଇକମାଲ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇ ଚିକିତ୍ସା କରାଯାଇ ଥିବା ଖବର ହସ୍ତଗତ ହୋଇଛି । ଗରିବ ପରିବାରଙ୍କୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

jittmm
Leave A Reply

Your email address will not be published.