ବାଲ୍ ବୈଜ୍ଞାନିକଙ୍କ ଅପେକ୍ଷାରେ ଅନ୍ୱେଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଦିବାସୀ କଲ୍ୟାଣ ବିଭାଗର ଖେଳ ପଡିଆ ଅନ୍ୱେଷା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ଅପେକ୍ଷା କରିଛି ବାଲ୍ ବୈଜ୍ଞାନିକମାନଙ୍କୁ । ଆସନ୍ତାକାଲିଠାରୁ ତିନି ଦିନ ଧରି ଏହି ପ୍ରଦର୍ଶନୀ ଚାଲିବ । ବରଗଡ଼ ଜିଲ୍ଲା ଶିକ୍ଷାଅଧିକାରୀ ମିତ୍ର ଭାନୁ କଚ୍ଛପ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଦିଗଦର୍ଶନ ତଥା ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ ପଟ୍ଟନାୟକ ଓ ବ୍ଲକ୍ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଏବଂ ଜିତେନ୍ଦ୍ର ପଣ୍ଡା, ରାଜେଶ ଖମାରୀ, ମାନସ ଶତପଥୀ, ଗୋପାଳଜୀ ପାଣିଗ୍ରାହୀ, ଶିବ ପ୍ରସାଦ ଯୋଶୀ, ରାମସିଂ ଭୋଇ, ରେଣୁଧର ସାହୁ, ସଦାନନ୍ଦ ପୁରୋହିତ, ଅନୀଲ ଦୋରା, ପ୍ରମୋଦ ନାଥ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ପଡିଆଟି ସଂପୂର୍ଣ୍ଣ ପ୍ରସ୍ତୁତ । ମାନବ ସମାଜର କଲ୍ୟାଣ ନିମନ୍ତେ ଉଦ୍ଧିଷ୍ଟ ନିଜର ଉଦ୍ଭାବିତ ପ୍ରକଳ୍ପଗୁଡ଼ିକୁ ଏହି ବାଲ୍ ବୈଜ୍ଞାନିକମାନେ ତା ୧୪ରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରଦର୍ଶନ କରିବେ ।

Leave A Reply

Your email address will not be published.