ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତ କଅଁଳପଡା ଗ୍ରାମର ରବୀନ୍ଦ୍ର ବେହେରାଙ୍କ ପୁତ୍ର ସାଗର ବେହେରା (୨୬)ଙ୍କ ଆଜି ଅପରାହ୍ନରେ ବଜ୍ରପାତରେ ମୃତ୍ୟୁ ଘଟିଛି । ସେ ବିଲକୁ କାମ କରିବାକୁ ଯାଇଥିବା ସମୟରେ ପ୍ରବଳ ବେଗରେ ବର୍ଷା, ପବନ, ବିଜୁଳି ସହ ଘଡଘଡି ହୋଇଥିଲା । ସେହି ସମୟରେ ବଜ୍ରପାତ ଘଟିଥିଲା, ଯାହାଫଳରେ ସାଗର ବେହେରା ସେହିଠାରେ ହିଁ ଟଳି ପଡ଼ିଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
