
ଭୁବନେଶ୍ୱର, (କେପିଏନ୍ଏସ୍) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବାମୁଣ୍ଡି ଛକରେ ଏସ୍ଟିଏଫ୍ ଟିମ୍ ଚଢାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି । ଏଥିସହ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ବାଲୁଗାଁ ଥାନା ଘୁମୁସରପଦର ଗାଁର ଜୟକୃଷ୍ଣ ତରାଇ । ସୂଚନାଯୋଗ୍ୟ ଯେ, ବାମଣ୍ଡି ଛକ ନିକଟରେ ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ଏସ୍ଟିଏଫ୍ ଗିରଫ କରିଛି । ଜୟକୃଷ୍ଣଙ୍କ ନିକଟରୁ ବନ୍ୟଜନ୍ତୁ ଶୀକାରରେ ବ୍ୟବହୃତ ଅନେକ ଜିନିଷ ଏସ୍ଟିଏଫ୍ ଜବତ କରିଛି ।