ବଲାଙ୍ଗିର, (କେପିଏନ୍ଏସ୍) : ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଅଜିତ କୁମାର ବୁଡେକ ଜଣେ ପୂର୍ବତନ ବନ କର୍ମଚାରୀ ହୋଇଥିବା ବେଳେ ବନ୍ୟଜନ୍ତୁଙ୍କ ପ୍ରତି ତାଙ୍କର ଅମାନୁସିକତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ସୂଚନା ଅନୁସାରେ ଅଭିଯୁକ୍ତ ଅଜିତ କିଛି ବର୍ଷ ପୂର୍ବେ ବନ ବିଭାଗ କର୍ମଚାରୀ ଭାବେ ଯୋଗ ଦେଇଥିବା ବେଳେ ପରେ ରାଜସ୍ୱ ବିଭାଗରେ ଆର୍ଆଇ ଭାବେ ଚାକିରୀ ପାଇଥିଲେ । ଅଥଚ ସରକାରଙ୍କ ପକ୍ଷରୁ ସେହି ସମୟର ଆର୍ଆଇ ଅମିନ ନିଯୁକ୍ତି ଅସିଦ୍ଧ ଘୋଷଣା ହେବା ପରେ ଅଜିତ ଚାକିରୀ ହରାଇ ଥିଲେ । ତେବେ ବନ ବିଭାଗରେ ଚାକିରୀ କରୁଥିବା ଜଣେ ପୂର୍ବତନ ବନ କର୍ମଚାରୀ ବନ୍ୟପ୍ରାଣୀଙ୍କ ପ୍ରତି ଅମାନୁସିକତା ପ୍ରଦର୍ଶନ କରିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।