ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡି ମାରିବା ଦ୍ଵାରା ବଜ୍ରାଘାତରେ ଏକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ପଲାମୀ ଗ୍ରାମର ମଶିନ୍ଦ୍ର ମଲିକଙ୍କ ଝିଅ କଳ୍ପନା ମଲିକ (୧୪) । ଛାତ୍ରୀ ଜଣକ ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ଏଭଳି ଘଟଣା ଘଟିଛି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି କେସ ନଂ. ୨୨/୨୪ ପ୍ରକାରେ ଏକ ମାମଲା ରୁଜୁ କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।

Leave A Reply

Your email address will not be published.