ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଭାରତ ରତ୍ନ ତଥା ପ୍ରସିଦ୍ଧ ହିନ୍ଦୀ କବି ଏବଂ ସ୍ଵାଧୀନ ଭାରତ ବର୍ଷର ଦଶମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଅଣ ରାଜନୈତିକ ସଙ୍ଗଠନ ”ୟୁଥ ଫର ଆକ୍ସନ” ତରଫରୁ ପୁର୍ବ ଓଡ଼ିଶା ଜୋନ୍ ସମ୍ପାଦକ ପ୍ରେମା ରଞ୍ଜନ ସ୍ୱାଇଁ (ପ୍ରେମ୍)ଙ୍କ ନେତୃତ୍ଵରେ ପୁରୀ ଜିଲ୍ଲା ଡେଲାଙ୍ଗ ପିପିଲି ଅଞ୍ଚଳରେ ଥିବା ଏନେକ ବୃଦ୍ଧାଶ୍ରମ ମାନଙ୍କରେ ବାସ କରୁଥିବା ଅସହାୟ ବୃଦ୍ଧାଙ୍କୁ ଫଳ ବଣ୍ଟନ କରିବା ସହିତ ଆଗାମୀ ଦିନରେ ଅନେକ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ୟୁଥ ଫର ଆକ୍ସନର ପ୍ରୟାସ ଜାରି ରହିବ ବୋଲି କହିଥିଲେ ଏବଂ ଏହି ମହାନ୍ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସଭାପତି ତାପସ ରଂଜନ ନାୟକ ଓ ଡେଲାଙ୍ଗ ବ୍ଲକ ସମ୍ପାଦକ ସଚ୍ଚିକାନ୍ତ ବାରିକ ଓ ଆଗ ଧାଡ଼ିର କାର୍ଯ୍ୟକର୍ତ୍ତା ସମରେନ୍ଦ୍ର ପ୍ରଧାନ, ତପନ ମାର୍ଥା, ସଞ୍ଜୟ ଭାଇ, ରବି ଭାଇ, ସୋନମ ଭାଇ, ଟିକି ଭାଇ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବାଜପେୟୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
Prev Post