ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ତଥା ଐତିହାସିକ ଯୁକ୍ତ ୩ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବାଜିମାତ୍ କରିଛନ୍ତି ସିଏନ୍ସିର ଛାତ୍ରଛାତ୍ରୀ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୫୯ ଗୋଟି ମହାବିଦ୍ୟାଳୟଗୁଡ଼ିକର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ମଧ୍ୟରେ ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ମହାବିଦ୍ୟାଳୟ ସିଏନ୍ସିର ଛାତ୍ରୀ ଶ୍ରେୟା କେଶୱାନୀ ସର୍ବୋଚ୍ଚ ନମ୍ବର ରଖିଥିବା ଜଣାପଡ଼ିଛି । ଶ୍ରେୟା ୯.୫୬ ସିଜିପିଏ ମାର୍କ ରଖି ଯୁକ୍ତ ୩ ପରୀକ୍ଷାରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଏହା ବ୍ୟତୀତ ଏହି +୩ ବାଣିଜ୍ୟ ଫଳାଫଳରେ ସିଏନ୍ଏସି. ମହାବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀ ୧ରୁ ଆରମ୍ଭ କରି କ୍ରମାନ୍ୱୟରେ ଟପ୍ ଟେନ୍ ତାଲିକାରେ ରହିଛନ୍ତି । ଟପ୍ ଟେନ୍ ତାଲିକାରେ ଶ୍ରେୟା କେଶୱାନୀଙ୍କ ସହ ଅଭିଶେକ ଅଗ୍ରୱାଲ, ନିକି ଶର୍ମା, ନିଶା ବାଇ, ସାଗର ପାଣିଗ୍ରାହୀ, ବାଳକୃଷ୍ଣ ସାହୁ, କୋମଲ ଅଗ୍ରୱାଲ ଓ ଚମନ୍ଲାଲ୍ ଅଗ୍ରୱାଲ୍ ରହିଛନ୍ତି । ଅଭିଶେକ ୯.୪୨, ନିକି ୯.୩୯, ନିଶା ୯.୩୬, ସାଗର ୯.୨୯, ବାଳକୃଷ୍ଣ୯.୧୩, କୋମଲ୯.୧୧ ଓ ଚମନ୍ଲାଲ୍ ୯.୧୦ ସିଜିପିଏ ମାର୍କ ରଖିଛନ୍ତି । ସିଏନ୍ସି ମହାବିଦ୍ୟାଳୟର ଏଭଳି ସଫଳତା ଯୋଗୁଁ ଶୁଭେଚ୍ଛାର ସୁଅ ଛୁଟୁଛି ।