ରାଇଘର ବ୍ଲକ ଅଧ୍ୟକ୍ଷ ପଦ ନିର୍ବାଚନରେ ବାଜି ମାରିଲା ବିଜେଡି

ରାଇଘର, (ରାମଡୁଆଲ ସିହ୍ନା) : ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ରାଇଘର ବ୍ଲକରେ ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଗୁପ୍ତ ପ୍ରସାଦ ଝାଙ୍କର ଓ ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ତୃପ୍ତିରଞ୍ଜନ ମାଝୀ ନାମାଙ୍କନ ଦାଖଲ କରିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ଆଜି ଦିନ ୧୨.୩୦ ରୁ ୨.୦୦ ଯାଏଁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟ ପରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ନାମକୁ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିବା ପରେ ରାଇଘର ବ୍ଲକ ବିଜେଡି ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ବିଜେଡି ସମର୍ଥିତ ପ୍ରାର୍ଥୀ ଗୁପ୍ତ ପ୍ରସାଦ ଝାଙ୍କର – ୧୬ ଖଣ୍ଡ ଭୋଟ ପାଇ ବିଜୟ ହୋଇ ଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ – ୭ ଖଣ୍ଡ ଭୋଟ ମିଳିଥିଲା ଏବଂ ଗୋଟିଏ ଭୋଟ ନାକଚ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.