କଳାହାଣ୍ଡିରେ ଭାରତ ବନ୍ଦର ମହାପ୍ରଭାବ : ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସଂଶୋଧନ ପାଇଁ ଦେଇଥିବା ରାୟ ବିରୋଧରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମହାସଂଘ ଭାରତ ବନ୍ଦ ଡାକରା ଦେଇଥିଲା । ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଭବାନୀପାଟଣା ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ମିଳିତ ମଞ୍ଚ ପକ୍ଷରୁ ଆଜି ଭବାନୀପାଟଣା ସହରରେ ବନ୍ଦ ପାଳନ କରାଯାଇଛି । ଫଳରେ ସହରରେ ଦୋକାନ ବଜାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେଭଳି ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଭବାନୀପାଟଣା ସହରକୁ ସଂଯୋଗ କରୁଥିବା ରାସ୍ତା ମାନଙ୍କରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ମିଳିତ ମଞ୍ଚ ପକ୍ଷରୁ ପିକେଟିଙ୍ଗ କରାଯାଇଛି । ସହରର ମୁଖ୍ୟ ଛକ ମାନଙ୍କରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକରେ ବନ୍ଦ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.