ଶ୍ରୀ ଶ୍ରୀ ଗନ୍ଧମାର୍ଦ୍ଧନ ବୈଦ ମହାସଙ୍ଘର ଏକତା ଏବଂ ସୁଦୃଢ କରିବା ପାଇଁ ଏକ ଜରୁରୀ କାଳୀନ ବୈଠକ ଆରମ୍ଭ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଯମୁନାପାଲି ଠାରେ ଏକ ଜରୁରୀ କାଳୀନ ବୈଦ ମହାସଂଘ ବୈଠକ ଆରମ୍ଭ ହୋଇଯାଇଛି । ଏଥିରେ ଗନ୍ଧମାର୍ଦ୍ଧନ ବୈଦ ମହାସଂଘର କେମିତି ଉନ୍ନତି କରାଯିବ ଏବଂ ଏହି ସଂଘକୁ କେମିତି ରେଜିଷ୍ଟ୍ରେସନ କରାଯିବ, ତାହା ଆଲୋଚନା ହୋଇଥିଲା । ଏହି ସଭାକୁ ସଂଘର ସଭାପତି କର୍ଣ୍ଣ ମାଝୀ ଏବଂ ଉପସଭାପତି ରାମେଶ୍ୱର ପଣ୍ଡା, ସମ୍ପାଦକ ପବିତ୍ର ଭୋଇ, କୋଷାଧକ୍ଷ ଦୁର୍ୟ୍ୟୋଧନ ଭୋଇ ମତ ଉପସ୍ଥାପନା କରିଥିଲେ । ସଭାକୁ ପରିଚାଳନା କରିଥିଲେ ସର୍ଗିପାଲିର ଲୋକନାଥ ପୁଟେଲ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସଙ୍ଗ କରିଥିଲେ ଦୁର୍ୟୋଧନ ଭୋଇ । ଏଥିରେ ଖପ୍ରାଖୋଲ ବ୍ଲକର ବହୁ ସଂଖ୍ୟକ ବୈଦ ଯୋଗଦାନ ଦେଇଥିଲେ । ସେମାନେ ହେଲେ ସାଗର ସାଣ୍ଡ, ମନ ହରିପାଲ, ହରିହର କଠାର ପ୍ରମୁଖ । ଆଗକୁ ଏହି ଗନ୍ଧମାର୍ଦ୍ଧନ ମହାସଂଘର କେମିତି ଉନ୍ନତିମୂଳକ କାର୍ୟ୍ୟ ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.