
ବଲାଙ୍ଗିର, (କେପିଏନ୍ଏସ୍) : ଘସିଏନ୍ର ୧୪ ନଂ ଜୋନ୍ର ସମସ୍ତ ପଞ୍ଚାୟତକୁ ନେଇ ଗଣ୍ଡାମେଲ ଛକ ହନୁମାନ ମନ୍ଦିରଠାରେ କୋଶଲ ଆନ୍ଦୋଳନକୁ ମଜବୁତ୍ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପ୍ରଥମେ ସଂଗଠନ ତିଆରି ହେଲା ଓ କେମିତି କୋଶଲ ଆନ୍ଦୋଳନକୁ ସଫଳ କରି କୋଶଲ ରାଜ୍ୟ ତିଆରି କରି ହେବ, ସମସ୍ୟା ଗୁଡିକର ସମାଧାନ କିପରି ହୋଇପାରିବ, ଦିଲ୍ଲୀ ଆନ୍ଦୋଳନକୁ କେମିତି ସଫଳ କରି ହେବ ସେହି ସମସ୍ତ ବିଷୟରେ ଆଲୋଚନା ହୋଇଥିଲା । ସଭାରେ ମୁଖ୍ୟବକ୍ତା ଭାବେ ଶାନ୍ତନୁ ବୁଦ୍ଧିଆ ଏବଂ ଲାଲଚାନ୍ ବଗର୍ତ୍ତୀ ଯୋଗ ଦେଇଥିଲେ । ସଂଗଠନର ନାମ ରଖାଗଲା କୋଶଲ ମୁକ୍ତି ମୋର୍ଚ୍ଚା ଘସିଏନ୍ ଅଞ୍ଚଳ । ସଂଗଠନ କେମିତି ମଜବୁତ୍ ହେବ, ମାତୃଭୂମି, ମାତୃଭାଷାକୁ କେମିତି ବଞ୍ଚାଇ ରଖି ହେବ ସେ ଉପରେ ସମସ୍ତେ ନିଜ ନିଜ ମତ ରଖିଥିଲେ । ସଭାକୁ ଚିନ୍ମୟ ସାହୁ ପରିଚାଳନା କରିଥିଲେ । ଏହି ସଭାରେ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ଘନଶ୍ୟାମ ଥନାପତି, ବିରେନ୍ଦ୍ର କର୍ମୀ, ତେଜରାଜ କର୍ମୀ, ପ୍ରଫୁଲ୍ଲ ବିଶ୍ଵାଳ, ମଣ୍ଟୁ ଗଡତିଆ, ଗୁଣନିଧି ବିଶ୍ଵାଳ, ପ୍ରକାଶ ସାହୁ, ସୁଶାନ୍ତ ମେହେର, ନାରାୟଣ ସାହୁ, ଆଶିଶ, ଶଶୀକାନ୍ତ, ଯୋଗେଶ୍ଵର, ମଣ୍ଟୁ, ସଞ୍ଜୟ, ସରୋଜ, ସୁଧୀର, ଦିତିକୃଷ୍ଣ, ଅଭୟ, ଆଦିତ୍ୟ, ଦିନେଶ, ସରତ, ପ୍ରିୟବ୍ରତଙ୍କ ସମେତ ଅଞ୍ଚଳର ୧୦୦ରୁ ଅଧିକ ଯୁବ ପିଢ଼ି ଯୋଗଦାନ କରିଥିଲେ । ସମସ୍ତଙ୍କ ସହମତିରେ ସଂଗଠନର ସଭାପତି ହିସାବେ ଚିନ୍ମୟ ସାହୁ ଏବଂ ଉପସଭାପତି ହିସାବେ ପ୍ରକାଶ ସାହୁ, ଗୁଣନିଧି ବିଶ୍ଵାଳ ଏବଂ ଘନଶ୍ୟାମ ଥନାପତିଙ୍କୁ ମନୋନୀତ କରାଗଲା । ସଭା ଶେଷରେ ସମସ୍ତେ ନିଜର ମାଟି ମା’କୁୁ ମୁକୁଲାଇବା ପାଇଁ ସପଥ ନେଇ ସଭା ସାଙ୍ଗ କରାଗଲା ।