ଲକ୍ଷେଘର ଗଣ୍ତା ସମାଜର ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେଛୋଦାଦର ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଫଗନୁ ତାଣ୍ତି ସଭାପତିତ୍ବ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦେବାର ଛତର ଯୋଗଦାନ କରି ସଭାରେ ପଞ୍ଚାୟତ ସ୍ତରୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ସମାଜସେବୀ କ୍ଷେତ୍ରୀ ଲୁହାର ସମାଜ ସଂଗଠନ ବିଷୟରେ ବିଶେଷ ଆଲୋକପାତ କରିଥିଲେ । ଉକ୍ତ ସଭାରେ ରସିଆ ସୁନା, ସେନାପତି କଲେତ, ମିଶ୍ର ବେଶରା, ପ୍ରଭାକର ଛତର, ଉଶତ୍ ତାଣ୍ତି, ହକାଲୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଦେବାର ଛତର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.