ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସମଲେଶ୍ୱରୀ ମନ୍ଦିରଠାରେ ଯାଦବ ସମାଜର ଏକ ବୈଠକ ସୁବାଷ ଚନ୍ଦ୍ର ହଂସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡୋଲାମଣି ମାହାର ସଭା ପରିଚାଳନା କରିଥିଲେ । ପାଇକମାଲ ବ୍ଲକ ସଭାପତି ବନମାଳୀ ଚନ୍ଦନ, ସୋହେଲା ବ୍ଲକ ସଭାପତି ଦଶରଥ ପରୁଆ, ଝାରବନ୍ଧ ବ୍ଲକ ସଭାପତି ଯତୀନ୍ଦ୍ର ହାତୀ, ଗାନ୍ଧୀ ବାଗ, ସତୁ ଥପା, ଭକଳ ହଂସ, ରୂପାଧର ପାଣ୍ତେ, ଗଙ୍ଗାଧର ବଗାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମଲେଶ୍ୱରୀ ମନ୍ଦିର ପରିଚାଳନା କମିଟିର ପୁର୍ନଗଠନ କରାଗଲା ସଭାପତି ମଧୁସୂଦନ ପାଣ୍ତେ, ଉପସଭାପତି ସତୁ ଥପା, ସଂପାଦକ ସୁବାଷ ଚନ୍ଦ୍ର ହଂସ, ସହସମ୍ପାଦକ ଲକ୍ଷ୍ମୀ ପ୍ରସାଦ ବାଗ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ବାଗଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । କାର୍ଯ୍ୟକ୍ରମରେ ଭାସ୍କର ଭୁଏ, ଟିକେଲାଲ ମାହାର, ଲଲନୀ ଥପା, ରାମ କିଶୋର ହଂସ, ପଙ୍କଜ ବାଗ, ରଘୁମଣି ମଟାରୀ, ହରିଶ୍ଚନ୍ଦ୍ର ହଂସ, ଗୋବର୍ଦ୍ଧନ ମାହାର, ସହଦେବ ବାଗ, ଭୁବନେଶ୍ୱର ବନଛୋର, ଅର୍ଜୁନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପାଇକମାଲ ବ୍ଲକ ସଂପାଦକ ବାଳକୃଷ୍ଣ ବନଛୋର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post