oom

ଉତ୍କଳ ଆର୍ଟିଷ୍ଟସ ଏସୋସିଏସନ୍‌ ପକ୍ଷରୁ ସେଲିବ୍ରେଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଉତ୍କଳ ଆର୍ଟିଷ୍ଟସ ଆସୋସିଏସନ୍‌ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଉରକେଲାରେ ୮ ଗୋଟି ଦଳକୁ ନେଇ ଆସନ୍ତା ୨୪, ୨୫ ଏବଂ ୨୬ ଫେବୃଆରୀରେ ସେଲିବ୍ରେଟି ପ୍ରିମିୟର ଲିଗ୍‌ ନାମରେ ଏକ ନିଆରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଭିଲ ଟାଉନ ସ୍ଥିତ ଲାଇଫ ଲାଇନ ହସ୍ପିଟାଲ ସମ୍ମୁଖ ଏଲଆଇସି କଲୋନୀର ମିନି ଷ୍ଟାଡ଼ିୟମରେ ଆୟୋଜନ କରିବାକୁ ସ୍ଥିର କରିଛି । ଏହି ସିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ପ୍ରତ୍ୟେକ ଦଳରେ ରାଉରକେଲାର ଆର୍ଟିଷ୍ଟସ ଏବଂ ଦେଶ ପ୍ରଦେଶରେ ସୁନାମ ଅର୍ଜନ କରିଥିବା ସେଲିବ୍ରେଟିମାନେ ଭାଗ ନେଉଛନ୍ତି । ଆଜି ଉତ୍କଳ ଆର୍ଟିଷ୍ଟସ ଆସୋସିଏସନ୍ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଏ ସଂପର୍କରେ ସୂଚନା ପ୍ରଦାନ କରାଯାଇଛି । ଏହି ବୈଠକରେ ସେଲିବ୍ରେଟି କ୍ରିକେଟ ଦଳର ସମସ୍ତ ଅଧିନାୟକ ମୋହନ ସାହୁ, ବିଜୟ ନନ୍ଦ, ଅବିନାଶ ମହାପାତ୍ର, ଗଣେଶ କୁମାର, ଅମିତ ନାୟକ, ସୋନୁ ମୁଖାର୍ଜୀ, ସତ୍ୟଜିତ ଜେନା, ପ୍ରମୁଖ ଭାଗ ନେଇ ହେବାକୁ ଥିବା କାର୍ଯ୍ୟକ୍ରମ କିଭଳି ଆକର୍ଷକ ଓ ସଫଳ ହୋଇପାରିବ ସେ ନେଇ ନିଜ ନିଜର ମତାମତ ପ୍ରକାଶ କରିଥିଲେ । ଉତ୍କଳ ଆର୍ଟିଷ୍ଟସ ଆସୋସିଏସନ୍‌ର ନିର୍ଦ୍ଦେଶକ ସୁରେଶ ନନ୍ଦ ଅମିତ ମାଇତୀ ଓ କାର୍ତ୍ତିକ ରୋହନଙ୍କ ନେତୃତ୍ୱ ଏବଂ ଶ୍ରୀ ଗଣେଶ ଇଭେଣ୍ଟର ନିର୍ଦ୍ଦେଶକ ଗଣେଶ କୁମାରଙ୍କ ପରିଚାଳନା ଓ କୁଲଦୀପ, କବିତା ଅଗ୍ରୱାଲ, ସୋମା ନନ୍ଦ, ରଜଦୀପ ମହାନ୍ତି, ସଚିନ, ପ୍ରିତମ ଓ ଅଶ୍ମିତ୍ ପଟେଲଙ୍କ ସହଯୋଗରେ ବୈଠକ ସଫଳତା ପୂର୍ବକ ସମ୍ପନ୍ନ ହୋଇଥିଲା । ଏଥିସହ ରାଉରକେଲାବାସୀ ଏହି ନିଆରା ଖେଳକୁ ଦର୍ଶକ ରୂପେ ଉପଭୋଗ କରିବା ଏବଂ ସହଯୋଗ କରିବାକୁ ଆସୋସିଏସନ୍ ତରଫରୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.