oom

ମାଲପଡା ନାଗରିକ କମିଟିର ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ମାସକିଆ ବୈଠକ ମାଲପଡାଠାରେ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଓ ଉନ୍ନତିକରଣ ସମ୍ବନ୍ଧରେ ଆଗତ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଆଲୋଚିତ ବିଷୟଗୁଡିକ ହେଲା ମାଲପଡାର ରାସ୍ତାମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଅଛି ଯଥା ରାସ୍ତା ମଧ୍ୟରେ ଖାଲ, ଢିପ, ଆବର୍ଜନା ପୂର୍ଣ୍ଣ ରହିଛି । ପୂର୍ବରୁ ଏହା ଉପରେ ମ୍ୟୁନିସିପାଲଟିକୁ ବହୁବାର ଅନୁସୂଚିତ କରାଯାଇଛି କିନ୍ତୁ ଫଳପ୍ରଦ ହୋଇନାହିଁ । ଏହା ବ୍ୟତୀତ ମାଲପଡା ସ୍କୁଲ ଗୃହ ଭଙ୍ଗାରୁଚା ହୋଇ ଗଲାଣି ତାହାର ମଧ୍ୟ ନୂତନ ଗୃହ ନିର୍ମାଣ କରାଯାଉନାହିଁ । ଶିକ୍ଷକ ଓ ଛାତ୍ରଙ୍କ ପ୍ରତି ବିପଦ ରହିଅଛି । ଏଣୁ ଶୀଘ୍ର ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି । ମାଲପଡା ନାଗରିକ କମିଟି ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର କରାଯିବାକୁ ଓ ସେହି ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗକୁ ପତ୍ର ଆଳାପ ପାଇଁ ସ୍ଥିର କରାଯାଇଛି । ନାଳ, ନର୍ଦ୍ଦମା ସଫା କରିବା ପାଇଁ ମ୍ୟୁନିସିପାଲଟିକୁ ବହୁଥର ଅନୁରୋଧ ହୋଇଛି, ଏହାର ବିଧି ବିଧାନ କରିବାକୁ ନିବେଦନ କରାଯାଉଛି । ସଭାରେ ଜଗଦାନନ୍ଦ ଛୁରିଆ, ଭବାନୀ ଶଙ୍କର ଶତପଥି, ପ୍ରଫେସର ତରୁଣ କୁମାର ମିଶ୍ର, ବାସୁଦେବ ନାଗ, ଉପସଭାପତି ଗୋପବନ୍ଧୁ ପୁରୋହିତ, ସତ୍ୟବ୍ରତ ବେହେରା, ଦିବାକର ହୋତା, ନିମାଇଁ ଦାସ, ଅଶୋକ କୁମାର ଚାନ୍ଦ, ଦେବଜ୍ୟୋତି ଯୋଷୀ, ସଂପାଦକ ପଞ୍ଚାନନ ସେଠ ଉପସ୍ଥିତ ଥିଲେ । ମାଲପଡାର ନୂତନ ଶ୍ରୀରାମ ମନ୍ଦିର ନିର୍ମାଣରେ ପ୍ରତ୍ୟେକ ସଭ୍ୟଙ୍କୁ ସହଯୋଗ କରିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଥିଲା ।

jittmm
Leave A Reply

Your email address will not be published.