ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିପଡା ଦୁର୍ଗାମଣ୍ଡପ ଠାରେ ସଂଜୟ କୁମାର ମହାକୁରଙ୍କ ସଭାପତିତ୍ୱରେ ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ମାହେଶ୍ୱରୀ ଭବନର ଭୂମିପୂଜା ଉଦ୍‌ଘାଟନ ଓ ଅତିଥି ନିମନ୍ତ୍ରଣ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଆସନ୍ତା ମାସ ଦ୍ୱିତୀୟ ସପ୍ତାହରେ ଏହା ଅନୁଷ୍ଠିତ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରାଞ୍ଚଳରେ ପ୍ରତ୍ୟେକ ଡୁମାଲ ପରିବାରର ସଦସ୍ୟବୃନ୍ଦଙ୍କୁ ସାମିଲ କରିବା ପାଇଁ ସ୍ଥିର କରାଯାଇଥିଲା । ଏତଦ୍‌ ବ୍ୟତିତ ଆଉ ଅନେକ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକର ଉପସଭାପତି ଜୀବନ କରନ ଏବଂ ବୃନ୍ଦାବନ ମହାକୁର, ଯୁଗ୍ମ ସଂପାଦକ ପିତାମ୍ବର ଖମାରୀ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ମହାକୁର, କାର୍ଯ୍ୟକାରିଣୀ ସଭ୍ୟ ବୁଡୁ କରନ, ଭୋନାଥ ଗୁରାଣ୍ଡି, ପଲଉ ଚଉଲିଆ, ଭିକାରି ଚରଣ କର୍ମୀ ଏବଂ ଉପଦେଷ୍ଟା ରାଧେଶ୍ୟାମ ଗଡୁଆ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରି ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ସଭାପତିଙ୍କ ଆଦେଶ କ୍ରମେ ଭିକାରୀ ଚରଣ କର୍ମୀ କାର୍ଯ୍ୟକାରିଣୀ ସଭ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.