ମିଠାପାଲି ପଞ୍ଚାୟତସ୍ତରୀୟ ଯାଦବ ସମାଜର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁରୁଣ୍ତା ଗ୍ରାମଠାରେ ମିଠାପାଲ ପଞ୍ଚାୟତସ୍ତରୀୟ ଯାଦବ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଥମେ ଯାଦବ ସମାଜର ଇଷ୍ଟଦେବୀ ମା’ ସମଲେଶ୍ୱରୀ କୃଷ୍ଣଚନ୍ଦ୍ର ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହିତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ବୈଠକର ସଭାପତି କାହ୍ନୁ ଚରଣ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ଡୋଲାମଣି ଦୀପ, ପଞ୍ଚାୟତ ସଭାପତି ଟିକେଲାଲ ମାହାର, କୋଷାଧ୍ୟକ୍ଷ ମଧୁସୂଦନ ପାଣ୍ତେ ସଭାର ମହତ ଉଦ୍ଦେଶ୍ୟ ବିଷୟକୁ ଉପସ୍ଥାପନ କରିଥିଲେ । ଏହି ସଭାରେ ପଞ୍ଚାୟତସ୍ତରୀୟ ଆୟବ୍ୟୟ, ପାଣ୍ଠି ଯୋଗଡା, ଶିକ୍ଷାର ଅଗ୍ରସର, ସମାଜର ଯୁବବର୍ଗ କିପରି ଉନ୍ନତି ପଥରେ ଆଗେଇବେ ସେ ସଂର୍ପକରେ କୋଷାଧ୍ୟକ୍ଷ ମଧୁସୂଦନ ପାଣ୍ତେ ସମାଜର ଭାଇମାନଙ୍କୁ ଅବଗତ କରିଥିଲେ । ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତି ନିଲାବତୀ ହଂସ, କାହ୍ମୁ ଚରଣ ବାଗ, ମନିଜିର ପାଣ୍ତେ, ଧନ ସିଂ ମାହାରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଉପଲେକ୍ଷ ପଞ୍ଚାୟତ ସଭାପତି ଟିକେଲାଲ ମାହାର ସମାଜର ସର୍ବାଙ୍ଗୀନ ଉନ୍ନତି ମୂଳକ ବିକାଶ କିପରି ହେବ ସେହି ବିଷୟରେ ଆଲୋଚନା କରିଥିଲେ । ପରିଶେଷରେ ଏହି ବାର୍ଷିକ ବୈଠକ କୁ ବିଷେଶ ସହଯୋଗ କରିଥିବା ଯୁବବର୍ଗ କର୍ଦ୍ଦପ ମାହାର, ରଘୁମଣି ବାଗ, ପ୍ରହଲ୍ଲାଦ ନିଆଳି । ସଭାଶେଷରେ କାହ୍ନୁଚରଣ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!