oom

ମା’ ବୁଢ଼ୀଠାକୁରଣୀ ମନ୍ଦିରର ଉନ୍ନୟନ କମିଟିର ବୈଠକ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳ୍ପବାସିନୀ ପୀଠର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀଠାକୁରଣୀ ମନ୍ଦିରର ଉନ୍ନୟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦେବୀଙ୍କ ନୀତିକ୍ରାନ୍ତି ସମ୍ବନ୍ଧୀୟ ଆଲୋଚନା ଏବଂ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ଉପରେ ଆଲୋଚନା ହୋଇଥିଲ। । ଏହି ଅବସରରେ ମନ୍ଦିର କମିଟିର ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ସଭାପତି ସୁନୀଲ କୁମାର ଗୌଡ଼, ଉପସଭାପତି ମନୋରଞ୍ଜନ ବେହେରା, ସମ୍ପାଦକ ବିଜୟାନନ୍ଦ ନାୟକ, ସହସମ୍ପାଦକ ତାରକେଶ୍ୱର ରାଓ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ, ସହକାରୀ କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପଣ୍ଡା, ଉପେନ୍ଦ୍ର ନାଥ ନାୟକ, ଆଇନ ପରାମର୍ଶଦାତା ଭାବେ ଜୟନ୍ତ କୁମାର ବେହେରା ଏବଂ ସୀମାଦ୍ରୀ ଚୌଧୂରୀ, ବାଉରୀବନ୍ଧୁ ଗୌଡ଼, ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖଙ୍କୁ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ କରାଯାଇଛି ।

jittmm
Leave A Reply

Your email address will not be published.