ପାଇକମାଲ ସମିତି ବୈଠକ ଅନୁଷ୍ଠିତ

  • ବିଧାୟିକା ବର୍ଷାଙ୍କ କଟୁ ମନ୍ତବ୍ୟ ଶୁଣି କେତେକ ଜନପ୍ରତିନିଧିଙ୍କ କକ୍ଷତ୍ୟାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଂଚାୟତ ସମିତି ବୈଠକକୁ ଜନ ପ୍ରତିନିଧି ମାନେ ଯୋଗ ଦେବାକୁ ଆସିଥିଲେ । ସକାଳ ୧୦ଟା ୩୦ରେ ବୈଠକ ହେବାର ଥିଲା । କିନ୍ତୁ ୧୧ଟା ୩୦ ପର୍ଯ୍ୟନ୍ତ ବୈଠକ ଆରମ୍ଭ ହୋଇ ନଥିବାରୁ ଜନ ପ୍ରତିନିଧିମାନେ ବିରକ୍ତି ପ୍ରକାଶ କରିଥିଲେ । ବ୍ଲକ୍ ଚେୟାରମେନ ଓ ବିଡ଼ିଓ ନିର୍ଦ୍ଧାରିତ ସମୟରେ ଆସି ନଥିବାରୁ ଜନପ୍ରତିନିଧିଙ୍କ ଅସନ୍ତୋଷ ଦେଖାଦେଇଥିଲା । ନିର୍ଦ୍ଧାରିତ ସମୟ ବ୍ୟବଧାନରେ ପ୍ରତ୍ୟେକ ସମିତି ବୈଠକ ହେଉ ନ ଥିବା ଓ ଗତକାଲି ମଧ୍ୟ ଡେରି ହୋଇଥିବାରୁ ଏହି ବୈଠକକୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ବାତିଲ କରି ବାହାରକୁ ଚାଲି ଆସିଥିଲେ । କିଛି ସମୟ ପରେ ପରେ ବିଧାୟିକା ବର୍ଷା ଓ ଚେୟାରମେନ ଭାବନା ସିଂ ଆସିବା ପରେ ବିଧାୟିକାଙ୍କୁ କେବଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା କହି ଅଧିକାରୀ ମାନେ ଜନପ୍ରତିନିଧିଙ୍କୁ ସଭା ଗୃହକୁ ଡାକି ନେଇଥିଲେ । ଫଳରେ ସ୍ୱାଗତ ସମ୍ବର୍ଦ୍ଧନା ପରେ ପଞ୍ଚାୟତ ସମିତି ବୈଠକ ପ୍ରକିୟା ଆରମ୍ଭ କରାଯାଇଥିଲା । ବୈଠକ ପୂର୍ବରୁ ଜୈନିକ ସରପଞ୍ଚ ଉକ୍ତ ବୈଠକ ବନ୍ଦ କରାଯିବା ପାଇଁ ସମସ୍ତ ପ୍ରତିନିଧିଙ୍କ ନିଷ୍ପତ୍ତି କ୍ରମେ ବିଚାର କରାଯାଇଛି ବୋଲି କହିଥିଲେ । ଏହା ଶୁଣି ବିଧାୟିକା ଶ୍ରୀମତୀ ବର୍ଷା ଯେଉଁମାନେ ନିଜ ନିଜ ପଞ୍ଚାୟତର ବିକାଶ ଚାହୁଁଛନ୍ତି ସେହିମାନେ ରହନ୍ତୁ ଓ ଯେଉଁ ମାନେ ନିଜ ପଞ୍ଚାୟତର ବିକାଶ ଚାହୁଁ ନାହାନ୍ତି ସେମାନେ ଯାଇ ପାରନ୍ତି ବୋଲି କହିଥିଲେ । ଏହା ଶୁଣି କେତେଜଣ ଜନ ପ୍ରତିନିଧି ସେଠାରୁ କକ୍ଷତ୍ୟାଗ କରିଥିଲେ । ପାଇକମାଲ ବିଡ଼ିଓ ସୁରେନ୍ଦ୍ରନାଥ ସାହୁ ଅତିଥି ପରିଚୟ କରିବା ପରେ ସ୍ୱର୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଅନିଲ ପାଣିଗ୍ରାହୀ ବିଗତ ବୈଠକର ବିବରଣୀ ପଠନ କରିଥିଲେ । ଉପସ୍ଥିତ ଅଧିକାରୀମାନେ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ଆଲୋକପାତ କରିବା ସହ ଜନପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିଥଲେ । ବିଦ୍ୟୁତ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଜଙ୍ଗଲ, ସ୍ବାସ୍ଥ୍ୟ, ଖାଉଟି ଓ ଯୋଗାଣ ଆଦି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀ, ଟେମରୀ ସରପଞ୍ଚ ଦିଲ୍ଲୀପ କୁମାର ବେହେରା, ମଣ୍ଡୋସିଲ ସରପଞ୍ଚ ପ୍ରକାଶ ପ୍ରଧାନ, ସମିତି ସଭ୍ୟ ଗୁଲମ୍ ରସୁଲ ରଂଙ୍ଗରେଜ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା ପ୍ରମୁଖ ଆଉ ଏହି ବୈଠକକୁ ଯାଇ ନ ଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.