ଦେଓଗାଁ ପଞ୍ଚାୟତ ସମିତିର ବୈଠକରେ ଯୋଗଦେଲେ ବିଧାୟକ ନରସିଂହ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ପଞ୍ଚାୟତ ସମିତିର ବୈଠକରେ ଯୋଗଦେଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ବୈଠକରେ ମଣ୍ଡି ଧାନ କିଣାରେ ହେଉଥିବା କଟନି ଛଟନି ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ରାଜ୍ୟ ସରକାର ନିୟମାନୁଯାୟୀ ଚାଷୀ ଏକର ପିଛା ୧୩ କ୍ଵିଣ୍ଟାଲରୁ ବେଶୀ ଧାନ ବିକ୍ରି କରିପାରିବ ନାହିଁ ଯାହା କି ଚାଷୀ ବିରୋଧୀ ଅଟେ । ଚାଷୀ କିପରି ନିଜର ଉତ୍ପାଦିତ ସମସ୍ତ ଧାନକୁ ମଣ୍ଡିରେ ବିକ୍ରି କରିପାରିବ ତାହା ବିଧାନସଭାରେ ଉପସ୍ଥାପିତ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା ଓ ବିଧାୟକଙ୍କୁ ଏହାର ଦାୟିତ୍ଵ ଦିଆଯାଇଥିଲା । ସଭାରେ ଉପରଝର ଓ ରାମଚନ୍ଦ୍ରପୁର ଠାରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ୍ ଆଉଟ୍ ପୋଷ୍ଟ ସ୍ଥାପନ ପାଇଁ ବିଧାୟକ ନରସିଂହଙ୍କୁ ସରକାର ପାଖରେ ବିଧାନସଭାରେ ଦାବୀ ଜଣାଇବାକୁ ଦାୟିତ୍ଵ ନ୍ୟସ୍ତ କରାଯାଇଥିଲା । ଏହା ସହ ଅଂଚଳର ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ପର୍ଯ୍ୟଟନ ଓ ଗମନାଗମନ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ସଭାରେ ଖୁବ୍‌ ଶୀଘ୍ର ଚନ୍ଦଲି ପାହାଡ଼କୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିବ ତଥା ଜରାସିଂହା ଓ ଦେଓଗାଁ ଭିତରେ ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।

Leave A Reply

Your email address will not be published.