om academy

ହାତୀ ସୁରକ୍ଷାକୁ ନେଇ ଆଞ୍ଚଳିକସ୍ତରରେ ବୈଠକ ଅନୁଷ୍ଠିତ

jsm

କେନ୍ଦୁଝର : କେନ୍ଦୁଝର ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଆର୍‌ସିସିଏଫ୍‌ ରାଉରକେଲାର ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ହାତୀମାନଙ୍କ ସୁରକ୍ଷାକୁ ନେଇ ଆଞ୍ଚଳିକସ୍ତରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହାତୀମାନଙ୍କର ବିଭିନ୍ନ ସମସ୍ୟା ଏବଂ ସେସବୁର ସମାଧାନ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ହାତୀମାନଙ୍କ ସଂଖ୍ୟାର ନୀରିକ୍ଷଣ, ହାତୀ ଶିକାର ରୋକିବା ପାଇଁ ସ୍ୱତନ୍ତ୍ର ପ୍ରଣାଳୀ ପ୍ରସ୍ତୁତ, ରେଳ ରାସ୍ତା ଦୁର୍ଘଟଣା ରୋକିବା, ବିଦ୍ୟୁତ ଆଘାତରୁ ସୁରକ୍ଷା, ହାତୀମାନଙ୍କ ସୁରକ୍ଷା ଲୋକଙ୍କ ସହଭାଗିତାରେ କିପରି କରାଯାଇପାରିବ ତାହା ନିର୍ଦ୍ଧାରଣ କରାଯାଇଥିଲା । ଏହା ବ୍ୟତୀତ ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତି କ୍ଷତିଗସ୍ତ ଲୋକଙ୍କୁ ଠିକ୍‌ ସମୟରେ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଗଜସାଥୀ ଜନସୁରକ୍ଷା-ଗଜରକ୍ଷା ଆଦି ଯୋଜନା ବିଷୟରେ ଆଲୋଚନା ହୋଇଥିଲା । ଗତ ୧୦ବର୍ଷରେ ହୋଇଥିବା ହାତୀ ମୃତ୍ୟୁ ବିଭିନ୍ନ ଡିଭିଜନରେ ହାତୀମାନଙ୍କ ବିପଦ ସୃଷ୍ଟି କରୁଥିବା ବ୍ୟବସ୍ଥା, ହାତୀମାନଙ୍କ କରିଡର, ଚଲାପଥ ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ କେନ୍ଦୁଝର ଡିଏଫ୍‌ ନଟରାଜ ଏଚ୍‌ଡିଙ୍କ ସମେତ ବଣେଇ, ଦେବଗଡ଼, ରାଉଲକେଲା, ସୁନ୍ଦରଗଡ଼ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସମେତ ବନ ବିଭାଗର ବହ ବରିିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.