ଜମଲା ଗ୍ରାମ ପଂଚାୟତକୁ ବ୍ଲକର ମାନ୍ୟତା ଦେବା ଦାବୀରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିିଭିଜନର ଜମଲା ଗ୍ରାମ ପଂଚାୟତକୁ ଏକ ବ୍ଲକର ମାନ୍ୟତା ଦେବା ପାଇଁ ରାମଚନ୍ଦ୍ର ବାଜପେୟୀଙ୍କ ସଭାପତିତ୍ୱରେ ଆଜି ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁରର ବରିଷ୍ଠ ଆଇନଜୀବୀ ଅଜିତ ଶତପଥୀ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରି ସମସ୍ତ ପ୍ରକାର ଆଇନ ଗତ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୧୬ଟି ପଞ୍ଚାୟତକୁ ନେଇ ଜମଲା ବ୍ଲକ ଗଠନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ବିଭିନ୍ନ ପଂଚାୟତ ଯଥା ଜମଲା, କଟାବାହାଲ, ତାଲପାଲି, ଡଙ୍ଗାଘାଟ, ବରିହାପାଲି, ସର୍ଗିବାହାଲ ଆଦି ପଂଚାୟତର ସରପଂଚ, ସମିତି ସଭ୍ୟମାନେ ଏବଂ ଜମଲା ଗ୍ରାମ ପଞ୍ଚାୟତ କ୍ରିୟାନୁଷ୍ଠାନ କମିଟିର ୧୫ ଜଣ ସଦସ୍ୟ ଏବଂ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ । ଏହି ଅବସରରେ ଜମଲା ସରପଂଚଙ୍କ ପ୍ରତିନିଧି ମନୋରଞ୍ଜନ ପୁରୋହିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ରହିମ ମେହେର ଏହି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ନବୀନ ଦାଶ ବୈଠକକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.