oom

ଯୁବ କଳାକାର ସଂଘର ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯୁବ କଳାକାର ସଂଘର ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଏକ ବୈଠକ ବଲାଙ୍ଗିର ଉପକଣ୍ଠସ୍ଥ ଲକି ମେରେଜ ପେଲେସଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ବିଗତ ବର୍ଷର ଆୟ ବ୍ୟୟ ଓ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ପରବର୍ତ୍ତୀ ସମୟରେ ଚଳିତ ବର୍ଷରେ କଳାକାରମାନଙ୍କ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । କଳାକାର ଫଣ୍ଡ ଗଠନ ପାଇଁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ କଳାକାରମାନଙ୍କୁ ସଂଗଠିତ କରି କଳାକାର ପ୍ରଚାର ପ୍ରସାର ଦିଗରେ ସମସ୍ତେ ସମସ୍ତଙ୍କ ସହଯୋଗୀ ହେବା, ଯେହେତୁ ବଲାଙ୍ଗିର ଜିଲ୍ଲାରେ ଅନେକ କଳାକାର ବିଶ୍ୱସ୍ତରୀୟ ନାଁ କରିସାରିଛନ୍ତି । ଆଗାମୀ ଦିନରେ କେମିତି କଳାକାର ତଥା କଳାକୁ ବଂଚାଇ ପାରିବା ସେଥି ପାଇଁ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗୋପଳ ପଧାନ, ହିମାଂଶୁ ଖମାରୀ, କଣ୍ଠଶିଳ୍ପୀ ରୁକୁ ସୁନା, ଅର୍ଚ୍ଚନା ପାଢୀ, ସ୍ୱରୂପା ସିଂ, ଶ୍ରୀପଦା ଷଡଙ୍ଗୀ, କଳ୍ପନା ମହାନ୍ତି, ଆନନ୍ଦିନୀ ନାଏକ, ଅସୀମା ବାରିକ, ଯୋଗେନ୍ଦ୍ର ଦୀପ, ବିନୟ ସୁନା, ପ୍ରଶାନ୍ତ, ଟୁକୁ, ନିରଞ୍ଜନ, ଶିବୁ ରାଉତ, ଭିକି ପ୍ରୋ, ଗୋବର୍ଦ୍ଧନ ଭୋଇ, ରଞ୍ଜିତ ମହାନନ୍ଦ, ସୁଦୀପ ବେହେରା, ମୁକେଶ ସୁନା, ରାଜୁ, ଜିତ ସୁନା, ରୋଶନ, ସରୋଜ, ବୃନ୍ଦାବନ ରାଉତ, ହିମାଂଶୁ ପଧାନ, ଜିତେନ୍ଦ୍ର ବାଗ, ଶ୍ରୀକାନ୍ତ ବାଗ, ରାଜ, ଲକ୍ଷ୍ମଣ ନନ୍ଦ, ପୁରୁଷୋତ୍ତମ ସାଗରିଆ, ରାଜିନ ଦୀପ, ଅଭିନାଶ ନାଏକ, କୈଳାସ ବାଗ, ଶଶିକାନ୍ତ ଦେହୁରିଆ, ରୋହିତ ମୁଗ୍ରୀ, ମିଲନ ବାଗ, ବିନୋଦ ସୁନା, ପ୍ରଦୀପ ମାଝି, ପପୁଲୁ ବାରିକ, ସୁଶାନ୍ତ ମନହୀରା, ବିଟୁ ଦୀପ, ସୁମେଶ ଡାଙ୍ଗ, ଆକାଶ ମାହାଣା, ହରିଓମ ପଟେଲ, ସରୋଜ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.