oom

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ରାଧାକୃଷ୍ଣ ମନ୍ଦିର ସଦେଇପାଲିଠାରେ ଅନୁଷ୍ଠିତ ହେଇଯାଇଛି । ସଭାର ପ୍ରାରମ୍ଭରେ ଉପଦେଷ୍ଟା ଧନଞ୍ଜୟ ମିଶ୍ର ଭଗବାନଙ୍କ ମନ୍ତ୍ରପାଠ କରିଥିଲେ । ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ମନୋରଞ୍ଜନ ମିଶ୍ର ପୂର୍ବ ସଭାର ବିବରଣୀ ଉପସ୍ଥାପନ କରିଥିଲେ । କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ ମଂଚର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ତତ୍ପରେ ବିଭିନ୍ନ ସଦସ୍ୟ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ନୂତନ ଭାବେ ଯୋଗ ଦେଇଥିବା ୪ଜଣ ସଦସ୍ୟ ନିଜର ଠିକଣା କହିଥିଲେ । ବିଶେଷ ଆଲୋଚିତ ହୋଇଥିବା ବିଷୟ ହେଲା ବାର୍ଷିକ ବଣଭୋଜି । ଆସନ୍ତା ୧୧ ତାରିଖ ବୁଧବାର ଦିନ ବଲାଙ୍ଗିର କଦଳିମୁଣ୍ଡାଠାରେ ଏହି ଭୋଜି ହେବ ବୋଲି ଆଲୋଚନା ହୋଇଥିଲା । ବଣଭୋଜି ପାଇଁ ମଲିଆ ଗଡୁଆ ମୁଖ୍ୟ ଓ ଅଶୋକ ଚାନ୍ଦ ଉପମୁଖ୍ୟ ମନୋନୀତ ହୋଇଥିବା ବେଳେ ଦୁର୍ଗା ପ୍ରସନ୍ନ ଛୁରିଆ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ସ୍ୱାସ୍ଥ୍ୟ କ୍ୟାମ୍ପ ପାଇଁ ଏକ କମଟି ଖୁବ୍‌ ଶୀଘ୍ର ସୁପେରିଟେଣ୍ଡେଣ୍ଟ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ଆଲୋଚନାରେ ପ୍ରଫୁଲ୍ଲ ସାହୁ, ବିରଂଚି ହୋତା, ଉପସଭାପତି ସୁଧାଂଶୁ ଦର୍ଜୀ, ଡାକ୍ତର ପ୍ରମୋଦ ମିଶ୍ର, ଅଶୋକ କୁମାର ମିଶ୍ର, ଆର୍ତ୍ତତ୍ରାଣ ମିଶ୍ର, ମଲିଆ ଗଡୁଆ, ମଧୁସୁଦନ ନାୟକ, ବିନୟ ମିଶ୍ର, ବିପିନ ବିହାରୀ ପୁରୋହିତ, ସୁଧାଂଶୁ ଶେଖର ବାବୁ, ଇଂ. ହରେକୃଷ୍ଣ ମେହେର ଇତ୍ୟାଦି ଭାଗ ନେଇଥିଲେ । ପରିଶେଷରେ ସୁନୀଲ କୁମାର ବିଶ୍ୱାଲ ଅତିରିକ୍ତ ସାଧାରଣ ସମ୍ପାଦକ ସମସ୍ତେ ଉପସ୍ଥିତ ଥିବା ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.