oom

ବଲାଙ୍ଗିର ଜିଲ୍ଲା ଷାଠିଏ ଘର ଡୁମାଲ ସମାଜର କାର୍ଯ୍ୟକାରିଣୀ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ବେଲପଡା ବ୍ଲକ ଶେମେଲପାଲିଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଲିଆ, ପୂର୍ବତନ କୋଷାଧ୍ୟକ୍ଷ ଜିତେନ୍ଦ୍ର ବେହେରା, ହର୍ଡଖୋଲ କେନ୍ଦ୍ରର ସଭାପତି ହୃଷିକେଶ ପଧାନ, ବଲାଙ୍ଗିର ଜିଲ୍ଲା ଡୁମାଲ ସମାଜର ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ମଲିଆ ଗଡୁଆ, ଉପଦେଷ୍ଟା ଚକାନନ୍ଦ କମ୍ପ, ବିଶ୍ୱାମିତ୍ର ବଘାର, ଦୟାନିଧି ଖମାରୀ, ନାରାୟଣ କମ୍ପ, ସୁବଳ ଖମାରୀ, ସୁରେଶ କରନ ଏବଂ ବିଭିନ୍ନ କେନ୍ଦ୍ର ସଭାପତି ଓ ସଂପାଦକ ମଂଚାସୀନ ହୋଇ ନିଜର ବକ୍ତବ୍ୟ ରଖିଥିଲେ । ଶେମେଲପାଲି କେନ୍ଦ୍ରର ସଭାପତି ରୂପେ କନ୍ଦର୍ପ ଦନ୍ତା, ସଂପାଦକ ରୂପେ ନବ କିଶୋର ଡାଙ୍ଗ, କୋଷାଧ୍ୟକ୍ଷ ସୁରେସ ମହାକୁର ନିର୍ବାଚିତ ହୋଇଥିଲେ । ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ଶ୍ରୀ ଗଡୁଆ ଏବଂ ଜିଲ୍ଲା ସଂପାଦକ ଇନ୍ଦ୍ରମଣି ବାରିକ ପରାମର୍ଶ ଅନୁସାରେ ୬ ଜଣ ସଭ୍ୟଙ୍କୁ ରାଜ୍ୟ ପରିଷଦ ସଭ୍ୟ ରୂପେ ମନୋନୀତ କରାଯାଇଥିଲା । ଜନ ଗଣନା ଉପରେ ଆଲୋଚନା କରାଯାଇ ଆସନ୍ତା ୬ ମାସ ମଧ୍ୟରେ ସମସ୍ତ କେନ୍ଦ୍ରର ପ୍ରତ୍ୟେକ ଗ୍ରାମର ଡୁମାଲ ପରିବାରର ପରିସଂଖ୍ୟାନ କରିବା ନିମିତ୍ତ ଉପସ୍ଥିତ ସମସ୍ତ ସଭାପତି ଓ ସଂପାଦକମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଏହି ପରିସଂଖ୍ୟାନ କାର୍ଯ୍ୟ ସମାପ୍ତ କରିବା ପାଇଁ ଚକାନନ୍ଦ କମ୍ପ ପ୍ରତିଶୃତି ପ୍ରଦାନ କରିଥିଲେ । ଏତଦ୍‌ ବ୍ୟତୀତ ଶେମେଲପାଲିର ମାହେଶ୍ୱରୀ ସେନାର ଯୁବକମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ ଏବଂ ସହଯୋଗ କରିଥିଲେ । ପରିଶେଷରେ କୋଷାଧ୍ୟକ୍ଷ ସୁୁରେଶ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.