
ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୦ଟା ସମୟରେ ଭର୍ଚୁଆଲ ମିଟିଙ୍ଗ ଜରିଆରେ ଦେଓଗାଁ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପଞ୍ଚମ ଅର୍ଥ କମିଶନ ଏବଂ ପଞ୍ଚଦଶ କେନ୍ଦ୍ରିୟ ଅର୍ଥ କମିଶନର ବାର୍ଷିକ ଖସଡ଼ା ଚୂଡାନ୍ତ କରାଯାଇଥିଲା । ରାଜ୍ୟ ସରକାରଙ୍କ ପଞ୍ଚମ ଅର୍ଥ କମିଶନକୁ ୧୯ଟି ପ୍ରକଳ୍ପ ଏବଂ କେନ୍ଦ୍ରିୟ ପଞ୍ଚଦଶ ଅର୍ଥ କମିଶନକୁ ୧୭ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ଅନୁମୋଦନ କରାଯାଇଛି । ଗତ ଆର୍ଥିକ ବର୍ଷର ୩ଟି ରାଜ୍ୟ ଅର୍ଥ କମିଶନଙ୍କ ପ୍ରକଳ୍ପ ଓ ଗୋଟିଏ କେନ୍ଦ୍ରିୟ ପଞ୍ଚଦଶ ସିଏଫସି ପ୍ରକଳ୍ପ ବଦଳରେ ଅନ୍ୟ ପକଳ୍ପଗୁଡ଼ିକ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାଛଡ଼ା ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବା ସହ ସୋନଗଡ଼ ନଦୀରେ ୨ଟି ବ୍ୟାରେଜ ନିର୍ମାଣ ପାଇଁ ୧୨ନମ୍ବର ଜିଳ୍ଲା ପରିଷଦ ସଭ୍ୟ ସୁଶୀଲ ଚାନ୍ଦ ପ୍ରସ୍ତାବ ଆଗତ କରିଥିଲେ । ସ୍ୱାସ୍ଥ୍ୟ, ପାନୀୟ ଜଳ ସମ୍ପର୍କରେ ବିସୃତ ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଳ୍ଲାପରିଷଦ ସଭ୍ୟ ସୁଶୀଲ ଚାନ୍ଦ, ସାଂସଦଙ୍କ ବ୍ଳକ ପ୍ରତିନିଧୀ ଅମୀତ ସିଂନିନା, ବିଧାୟକ ପ୍ରତିନିଧୀ କାନ୍ତେଶ୍ୱର ପଧାନ, ଧଣ୍ଡାମାଲ ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ଦୟାନିଧୀ ଖମାରୀ, ଉପାଧ୍ୟକ୍ଷ ରାଜୁ ବାଗ, ବିଡିଓ ମୁରଳୀଧର ନାଏକ, ସହକାରୀ ଯନ୍ତ୍ରୀ ମୋହନ ମହଲିଙ୍ଗ ସହ ସମସ୍ତ ପଞ୍ଚାୟତରୁ ସମିତି ସଭ୍ୟ, ସଭ୍ୟା ଓ ସରପଞ୍ଚ ଅଶଂଗ୍ରହଣ କରିଥିଲେ । ଜିପିଇଓ ପୁଷ୍ପାଞ୍ଜଳି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।