ଜିଲ୍ଲା ଲାଇଟ ଓ ସାଉଣ୍ଡ ମାଲିକ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟ କଦଳୀମୁଣ୍ଡା ନର୍ସରୀଠାରେ ଜିଲ୍ଲା ଲାଇଟ ଓ ସାଉଣ୍ଡ ମାଲିକ ସଂଘ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକରୁ ଲାଇଟ ଓ ସାଉଣ୍ଡ ମାଲିକ ସଂଘ ସଦସ୍ୟମାନେ ଯୋଗ ଦେଇଥିଲେ । ବୈଠକରେ ବ୍ୟବସାୟ ସମୟରେ ହେଉଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବରିଷ୍ଠ ସଦସ୍ୟମାନେ ମଞ୍ଚାସୀନ ଥିଲେ । ନୂତନ ସଭାପତି ଭାବେ ଉତ୍ତମ ନନ୍ଦ, ଉପସଭାପତି ଖୁଟୁଲା ବାରିକ, ସଂପାଦକ ରାମପ୍ରସାଦ ଦାଶ, କୋଷାଧ୍ୟକ୍ଷ ମାଧବ ଚରଣ ସାହୁଙ୍କୁ ଚୟନ କରାଯାଇଥିଲା ।

Leave A Reply

Your email address will not be published.