om academy

ହକି ପାଇଁ ୨୨ରେ ସର୍ବଦଳୀୟ ବୈଠକ

jsm

ଭୁବନେଶ୍ୱର : ଆସନ୍ତା ଜାନୁୟାରୀରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ । ଏହାକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୨୨ ତାରିଖ ଅପରାହ୍ନ ୫ଟାରେ ଲୋକସେବା ଭବନ କନ୍‌ଭେନସନ ହଲ୍‌ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଦଳର ବିଧାୟକମାନେ ଯୋଗଦେବେ । ହକି ବିଶ୍ୱକପ୍‌ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଉରକେଲା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସହରକୁ ସୁନ୍ଦର ଭାବେ ସଜାଯାଉଛି । ଏ ନେଇ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି ।

Leave A Reply

Your email address will not be published.