ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

  • ୧୨ଟି ବିଷୟ ଉପରେ ହେବ ଆଲୋଚନା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଡକାଯାଇଛି । ପୁରୀ ଗଜପତି ମହାରାଜା ଅଧ୍ୟକ୍ଷତା କରୁଥିବା ଏହି ବୈଠକ ଏଜେଣ୍ଡାରେ ୧୨ଟି ପ୍ରସଙ୍ଗ ସ୍ଥାନୀତ ହୋଇଛି । ମହାପ୍ରଭୁଙ୍କ ଜମି ବିକ୍ରି ଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ମନ୍ଦିର ରକ୍ଷଣାବେକ୍ଷଣ, ସୌନନ୍ଦର୍ୟିକରଣ, ସେବାୟତ କଲ୍ୟାଣ, ସେବାୟତ ଆବାସ ଯୋଜନା ଆଦି ସମେତ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ପ୍ରସଙ୍ଗ ସ୍ଥାନୀତ ହୋଇଛି । ସୂଚନା ମୁତାବକ, ଗୁରୁବାର ସକାଳ ୧୦ଟା ୩୦ମିନିଟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଭକ୍ତ ନିବାସ ପରିସରରେ ବସିବ ବୈଠକ । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ଏଏସ୍ ଆଇର ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ଆରକ୍ଷୀ ଅଧିକ୍ଷକ, ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ବୈଠକ ବସିବ ।

ଏହି ବୈଠକରେ ୧୨ଟି ବିଷୟ ଉପରେ ଆଲୋଚନା କରାଯିବ । ବିଶେଷ କରି ପହିଲି ଭୋଗ ନୀତିକାନ୍ତି, ଶ୍ରୀମନ୍ଦିର ଭିତରେ ମୋବାଇଲ ପ୍ରବେଶ ଉପରେ କଟକଣା, ଶ୍ରୀଜଗନ୍ନାଥ ବନପ୍ରକଳ୍ପ, ଶ୍ରୀଜଗନ୍ନାଥ ଆଦର୍ଶ ଗୁରୁକୁଳ, ଓବିସିସି ଦ୍ୱାରା ପ୍ରମୋଦ ଉଦ୍ୟାନ, ଜେବିସିସି ଦ୍ୱାରା ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନତିକରଣ, ଶ୍ରୀଗୁଣ୍ଡିଚା ମନ୍ଦିରର ମରାମତି, ସେବାୟତଙ୍କ ବାସଗୃହ ଓ ସେବାୟତ କଲ୍ୟାଣ ଓ ଶ୍ରୀଜଗନ୍ନାଥଙ୍କ ଜମି ସମ୍ପର୍କରେ ଆଲୋଚନା କରାଯିବ ।

Leave A Reply

Your email address will not be published.