ଭର୍ଚ୍ଚୁଆଲ ମାଧ୍ୟମରେ ଡେଲାଙ୍ଗ ପଞ୍ଚାୟତ ସମିତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ): ମହାମାରୀ କରୋନା ସଂକ୍ରମଣରୁ ସୁରକ୍ଷା ସହିତ ସମସ୍ତ ପ୍ରକାର କୋଭିଡ କଟକଣା ମାନି ଗୁରୁବାର ଡେଲାଙ୍ଗ ପଚାଂୟତ ସମିତି ବୈଠକ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚ୍ଚୁଆଲ ସଭାରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ ଦୀଲିପ କୁମାର ଷଡଙ୍ଗି ବୈଠକଟିକୁ ସୁଚାରୁରୁପେ ପରିଚାଳନା କରିଥିଲେ । ଜିପିଓ ଦାୟିତ୍ୱରେ ଥିବା ସୁଶାନ୍ତ ବେହେରା ପୂର୍ବ ବୈଠକର ବିବରଣୀ ପଠନ କରିବା ପରେ ଭର୍ଚ୍ଚୁଆଲ ବୈଠକରେ ଉପସ୍ଥିତ ଥିବା ସରପଂଚ, ସମିତିସଭ୍ୟ/ସଭ୍ୟା ଓ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ମାନେ ଏହାକୁ ଦୃଢ଼ିକରଣ କରିଥିଲେ । ବିଶେଷ କରି କରୋନା ସଚେତନତା ଓ କୋଭିଡ ଗାଇଡ ଲାଇନ ମାନିବାକୁ ଏହି ବୈଠକରେ ପ୍ରାଧାନ୍ୟ ଦିଆଯାଇଛି । ୨୦୨୦-୨୧,୨୦୨୧-୨୨ ଆର୍ଥିକ ବର୍ଷର ଅନୁମୋଦନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ସରକାରଙ୍କ ନିୟମ ଅନୁଯାୟୀ ଫନି ଘରଭଙ୍ଗା ସହାୟତା ଓ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବା ସମ୍ପର୍କରେ ତହସିଲଦାର ମହେନ୍ଦ୍ର କୁମାର ବଢେ଼ଇ ସୂଚନା ଦେଇଛନ୍ତି । ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲେଚନା କରାଯାଇଥିଲା । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପଶୁ, ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଭର୍ଚ୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.