om academy

ବାବା ବରୁଣେଶ୍ୱର ମେଳା ପାଇଁ ପ୍ରସ୍ତୁତି ବୈଠକ

jsm

ବିଞ୍ଝାରପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅରେଇ ପଂଚାୟତ ବରୁଣେଶ୍ୱର କଲ୍ୟାଣ ମଣ୍ଡପରେ ପ୍ରସିଦ୍ଧ ବାବା ବରୁଣେଶ୍ୱର ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜ୍ଵସ) ଅକ୍ଷୟ ମଲିକ, (ଜେନେରାଲ) ଦୁଃଖବନ୍ଧୁ ନାୟକ ଉପଜିଲ୍ଲାପାଳ ଗୋପୀନାଥ କଅଁର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ ଏବଂ ବ୍ଲକ ଅଧକ୍ଷା ରଂଜିତା କୁମାରୀ ଦାସଙ୍କ ସମେତ ବହୁ ଅଧିକାରୀ ଯୋଗଦେଇ ମେଳାକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ମେଳାରେ ଆଇନ ଶୃଙ୍ଖଳା ରକ୍ଷା ଠାରୁ ଆରମ୍ଭ କରି ପାନୀୟଜଳ ଆଦି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.