
ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତାକାଲି ଅପରାହ୍ନରେ ସ୍ଥାନୀୟ ପତିତପାବନ ଏକାଡେମୀର ସଭା ଗୃହରେ ଏକବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ପ୍ରସ୍ତୁତି ବୈଠକର ସ୍ଥାନ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ରହିଥିବା ବେଳେ ଏବେ ତାହା ପରିବର୍ତ୍ତନ ହୋଇଛି ଏବଂ ସ୍ଥାନୀୟ ପତିତପାବନ ଏକାଡେମୀର ସଭା କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।