
ଲହୁଣୀପଡା, (କେପିଏନ୍ଏସ୍) : ଲହୁଣୀପଡା ବ୍ଲକ ଅନ୍ତର୍ଗତ ତାଳବାହାଲି ପଞ୍ଚାୟତ ବୁଢାଭୂଇଁ ନିକଟସ୍ଥ ଖଣ୍ଡାଧାର ଜଳପ୍ରପାତ ପରିସରରେ ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ହାରାଧର ବାନାର୍ଜୀ, ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରମୋଦ କୁମାର ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଖଟେଇ, ଉପଦେଷ୍ଟା ବିମଳକୃଷ୍ଣ ଭଞ୍ଜଦେଓ, ମଦନ ମୋହନ ପାଣି ପ୍ରମୁଖ ଯୋଗ ଦେଇଥିଲେ । ସୁନ୍ଦରଗଡ ଜିଲ୍ଲା ଶାଖା ସଭାପତି ପ୍ରଦୀପ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମ ଦିବସରେ ସଂଘର ଆଗାମୀ କାର୍ଯ୍ୟପନ୍ଥା, ସାଙ୍ଗଠନିକ ଦୃଢତା, ଓଡିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କ ବୃତ୍ତିଗତ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା । ନିଷ୍ଠାପର ଭାବେ ଦାୟିତ୍ୱ ତୁଳାଇ ସମ୍ବିଧାନର ଚତୁର୍ଥସ୍ତମ୍ବର ସମ୍ମାନ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏବଂ ସାମ୍ବାଦିକତାକୁ ପେସା ଭାବେ ଗ୍ରହଣ କରିବା ଅପେକ୍ଷା ନିଶା ଭାବେ ଗ୍ରହଣ କରିବା ଉଚିତ୍ । ଉତ୍ତମ, ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକ ହେବା ପାଇଁ ନବାଗତମାନେ ଚେଷ୍ଟା କରିବା ଉଚିତ୍ ବୋଲି ସଂଘର ଉପଦେଷ୍ଟା ତଥା ଖୋଲାଫର୍ଦର ସମ୍ପାଦକ ବିମଳକୃଷ୍ଣ ଭଞ୍ଜଦେଓ ପରାମର୍ଶ ଦେଇଥିଲେ । ବୈଠକରେ ବିଭିନ୍ନ ଜିଲ୍ଲାରୁ ୨୫୦ରୁ ଅଧିକ ସାମ୍ବାଦିକ ଯୋଗ ଦେଇଥିଲେ । ସୁନ୍ଦରଗଡ ଜିଲ୍ଲା ଶାଖା ସମ୍ପାଦକ ବିଭୂତି କର, ଦାମୋଦର ସାହୁ, ଦାଶରଥୀ ପଣ୍ଡା, ସୁଜିତ ମହାପାତ୍ର, ପଞ୍ଚାନନ କର, ଝସକେତନ ମାହାନ୍ତ, ଉମେଶ ସାହୁ, ସତ୍ୟନାରାୟଣ ମିଶ୍ର, ଦୋଳଗୋବିନ୍ଦ ବାରିକ, ରଞ୍ଜନ କୁମାର ବାରିକ, ହାବିବ୍ ଖାନ, ସୂର୍ଯ୍ୟ ପ୍ରତାପ ମହାନ୍ତି, ଖଗେଶ୍ୱର ପ୍ରଧାନ, ପ୍ରଭାତ ସାହୁ, ସନ୍ତୋଷ ସାହୁ ପ୍ରମୁୁଖ ଶିବିର ପରିଚାଳନା କରିଥିବା ବେଳେ କୁମାର ଗୌତମ ବାରିକ ଧନ୍ୟବାଦ ଦେଇଥିଲେ ।
