oom

ସମୀର ଦିବ୍ୟାଙ୍ଗ ଆଶ୍ରମଠାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାଗଝୁଲା ଠାରେ ଥିବା ସମୀର ଦିବ୍ୟାଙ୍ଗ ଆଶ୍ରମ ଠାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ଉପଦେଷ୍ଟା ସନ୍ତୋଷ ରଥ, କରୁଣାକର ପାତ୍ର, ପ୍ରଶାନ୍ତ ଭୋଇ, ସମୀର ଦିବ୍ୟାଙ୍ଗ ଆଶ୍ରମର ପ୍ରତିଷ୍ଠାତା କୀର୍ତ୍ତନ ଦାସ, ସଭାପତି ଡାକ୍ତର ପୁଟେଲ, ଶେଷଦେବ ଗଡ଼ତ୍ୟା ମଞ୍ଚାସୀନ ଥିଲେ । ଉକ୍ତ ବୈଠକରେ ଆଗଲପୁର ଶାଖାର ନୂତନ କମିଟି ଗଠନ କରାଯାଇଥିଲା । ବୁଦ୍ଧଦେବ ସାହୁଙ୍କୁ ସଭାପତି, ସଂଯୋଗ କୁମାର ସାହୁଙ୍କୁ ସମ୍ପାଦକ ପଦ ଦିଆ ଯାଇଥିବା ବେଳେ ପିଣ୍ଟୁ ରଣାଙ୍କୁ ସହ ସମ୍ପାଦକ ଓ ହେମକାନ୍ତ ସାହୁ, ରମେଶ ଦଣ୍ଡସେନାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । ଏହି ବୈଠକରେ ଲକ୍ଷ୍ମୀକାନ୍ତ ସାହୁ, ସରୋଜ ପଧାନ, ଡୋଳାମଣି ଥନାପତି, ପିଣ୍ଟୁ ଯୋଶୀ, ପ୍ରତୀକ ନାଏକ, ସୁଜିତ୍ ସାହୁ, କିଶନ ସାହୁ, ନିତ୍ୟାନନ୍ଦ ସାହୁ, ବିଜୟ ସାହୁ, ମନୋଜ କୁମ୍ଭାର, ଗୋବିନ୍ଦ ସାହୁ, ଆନନ୍ଦ ସାହୁ, ଟିଟୁ ସାହୁ, ଚନ୍ଦନ ଠେଲାଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.