centurian jitm

ଅବସରପ୍ରାପ୍ତ ସେଲ କର୍ମଚାରୀ ସଙ୍ଘର ୫୩ତମ ବୈଠକ

ରାଉରକେଲା, (କେପିଏନ୍‌ଏସ୍‌) : ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ କର୍ମଚାରୀ ସଙ୍ଘର ୫୩ତମ ବୈଠକ ସଙ୍ଘର ସଭାପତି ଦିଲ୍ଳୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏସ୍‌ପି ଦାସଙ୍କର ଶୋକ ପ୍ରସ୍ତାବ ଚାନ୍ଦମଣି ନାୟକ ଆଣିଥିବାରୁ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ସାର ନଗରୀଗ୍ରସ୍ତ ସମୟରେ ସ୍ଥାନୀୟ ଗୋପବନ୍ଧୁ ପ୍ରଗତି ପରିଷଦରେ ସଂଘର ପ୍ରମୋଦ ବେହେରା, ଚାନ୍ଦମଣି ନାୟକ, ମୁରଲୀ ଗୌଡ, ଉଦିତ ଅମାତ, ଏଲିଆସ ଟେଟେ ଓ ସୁଧାକର ମଲ୍ଲୀକ ପ୍ରମୁଖ ସାକ୍ଷାତ କରି ସଙ୍ଘର ଅଫିସ ଗୃହ ପାଇଁ ଦାବୀ ଜଣାଇବା ସଂଗେ ସଂଗେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ପର ମୁହୂର୍ତ୍ତରେ ଇପିଏଫ୍‌ ୯୫ ପେନ୍‌ସନ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଗୌରାଙ୍ଗ ଦାଶ, ପ୍ରମୋଦ ବେହେରା, ଦିଲ୍ଲୀପ ନାୟକ, ସୁଧାକର ମଲ୍ଲୀକ, ଚାନ୍ଦମଣି ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା, ରାସ୍ତାଘାଟର ଶୋଚନୀୟ ଅବସ୍ଥା, ରାସ୍ତାର ମରାମତି ଉପରେ ଆଲୋକପାତ କରାଯାଇ ଆଲୋଚନା କରାଯାଇଥିଲା । ଆଗାମୀ ଜାନୁୟାରୀ ପ୍ରଥମ ସପ୍ତାହରେ ବଣଭୋଜୀର ଆୟୋଜନ କରାଯିବାକୁ ମୁରଲୀ ଗୌଡ ପ୍ରସ୍ତାପ ଆଗତ କରିଥିଲେ । ସର୍ବଶ୍ରୀ ବିଷ୍ଣୁ ନାୟକ, ଆର୍‌ କେ. ବାରିକ, ଅନନ୍ତ ହୋତା, ପ୍ରକ।। ସାମନ୍ତରାୟ, ବଂଶୀଧର ନାୟକ, ପ୍ରକାଶ ବରାଳ, ପ୍ରଦୀପ ଦାସ, ଆଶୋକ ପରିଡା, ହାରାଧନ ସିଂହ, ଏସ୍‌ ବରାଳ, ଟି ଏନ୍‌ ରାଓ, ପି.କେ. ବାରିକ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ମୁରଲୀଧର ଗୌଡ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.