centurian jitm

ପାଇକମାଲରେ ଜିଲ୍ଲା ଅମଲା ସଂଘର ବୈଠକ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଅମଲା ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପାଇକମାଲ ଓ ଝାରବନ୍ଧ ବ୍ଲକର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଯୋଗଦେଇ ଥିଲେ । ବୈଠକରେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଗ୍ରେଡ ପେ ପ୍ରଦାନ ପାତର ଅନ୍ତର ହୋଇଥିବା ବିଷୟ ଆଲୋଚନା କରାଯାଇଥିଲା । ଏଥିପାଇଁ ରାଜ୍ୟ ବ୍ୟାପୀ ଅମଲା କର୍ମଚାରୀ ମାନଙ୍କର ଆନ୍ଦୋଳନ ରାଲି ଆସନ୍ତା ୨୭/୧୧/୨୦୨୨ ଦିନ ଭୁବନେଶ୍ଵର ଠାରେ ହେବାକୁ ଥିବା ଆନ୍ଦୋଳନରେ ଯୋଗଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ଜିଲ୍ଲା ଅମଲା ସଂଘର କର୍ମକତ୍ତା ସଂପାଦକ ଜ୍ଞାନରଞ୍ଜନ ସାହୁ, ସଂଯୋଜକ ସଞ୍ଜୟ ସାହୁ, ପୃଥିରାଜ ସାହୁ, ଭରତ ଚନ୍ଦ୍ର ମେହେର ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.