ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆଇନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ସଭାପତି ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ମନୋରଂଜନ ସାହୁ ପୂର୍ବ ବିବରଣୀ ପାଠ କରି ବିଭିନ୍ନ ନୂତନ ପ୍ରସ୍ତାବ ଗୃହରେ ଆଗତ କରି ସଭାକୁ ସଂଯୋଜନା କରିଥିଲେ । ସଭା ପ୍ରାରମ୍ଭରେ କମିଟିର ପୂର୍ବତନ ଉପସଭାପତି ତଥା କୋଷାଧ୍ୟକ୍ଷ ବୃନ୍ଦାବନ ବରାଳ ଓ ଶିକ୍ଷାବିଦ୍ ପ୍ରଫେସର ରବି ଶଙ୍କର ପାଣ୍ଡିଆଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସଭ୍ୟମାନେ ବୃନ୍ଦାବନ ବରାଳ, ନାଗରିକ କମିଟିରେ ଥିବା ତାଙ୍କର ସଂପୃକ୍ତି ଓ ଜୀବନର କେତେ ମହତ୍ୱପୂର୍ଣ୍ଣ ଭୂମିକା ଉପରେ ସ୍ମୃତିଚାରଣ କରିଥିଲେ । ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବନ୍ଧୁମିଳନରେ ଟିଟିଲାଗଡ, ପାଟଣାଗଡ, ତୁଷୁରାର ନାଗରିକ କମିଟିର ପ୍ରତିନିଧିମାନଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରି ନାଗରିକ କମିଟିକୁ ସଂପ୍ରସାରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନାରେ ଅନ୍ୟାନ୍ୟମାନଙ୍କ ମଧ୍ୟରୁ ପୂର୍ବତନ ସଭାପତି ବିକ୍ରମ ବହିଦାର, ଉପସଭାପତି ନିତ୍ୟାନନ୍ଦ ମିଶ୍ର, କୋଷାଧ୍ୟକ୍ଷ ଗଜେନ୍ଦ୍ର ଭମର, ଗୋପଭୂଷଣ ନାଥ, ଗୋପବନ୍ଧୁ ପୁରୋହିତ, ଅଶୋକ ମିଶ୍ର, କିଶୋର ମୋହନ ମିଶ୍ର, ନରେଶ ଦାଶ, ଆର୍ତ୍ତତ୍ରାଣ ମିଶ୍ର ଓ ଶରତ ହୋତା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Prev Post