oom

ମା’ ସାହାଜୀ ଯୁବକ ସଂଘର ରୋପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ ବେଶ ପରିଚିତ ମା’ ସାହାଜୀ ଯୁବକ ସଂଘ କପିଲାଭଟାର ୨୫ ବର୍ଷ ପୁର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜାଦ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପ୍ରସ୍ତୁତି ବୈଠକରେ ମା’ ସାହାଜି ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ସଂଘର ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରିଆ ଉପସ୍ଥିତ ରହି କିପରି ଭାବେ ଧୁମଧାମରେ ରୋପ୍ୟ ଜୟନ୍ତୀ ପାଳନ କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଦୀର୍ଘ ୨ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଏହି ସମାରୋହକୁ ସ୍ଥଗିତ ରଖାଯାଇଥିଲା । ଆସନ୍ତା ଡିସେମ୍ବର ମାସରେ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ଅଞ୍ଚଳର ବିଭିନ୍ନ ବ୍ୟକ୍ତି ବିଶେଷ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିରେ ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ସଭା ପରିଚାଳନା କରିଥିଲେ । ଏଥିରେ ସଂଘର ହୁତେଶ ବିଶି, ଜିତେନ୍ଦ୍ର ହଂସ, ଚନ୍ଦ୍ରଶେଖର ବିଶି, ଦେବାଶିଷ ବିଶି, ବିଶ୍ୱଜିତ ହଂସ, ଶୁଭାଶିଷ ବିଶି, ନିଲେଶ ହଂସ, ରୋଶନ ବିଶି, ମିଳନ ବାଗ, ଚାନ୍ଦ ଛତ୍ରିଆ, ଦୀପକ ରଞ୍ଜନ ହଂସ, ଦୁର୍ମନ ହଂସ, ଓଁମକାର ବାଗ, ଡୋଳାଚନ୍ଦ୍ର ହଂସ ପ୍ରମୁଖଙ୍କ ସହ ବହୁ ସଦସ୍ୟ ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ ।

jittmm
Leave A Reply

Your email address will not be published.