ଲକ୍ଷେଘର ଗଣ୍ଡା ସମାଜର ବୈଠକ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ବ୍ଲକ ଗୁଡଭେଲା ବ୍ଲକ ଲକ୍ଷେଘର ଗଣ୍ଡା ସମାଜର ଉନ୍ନୟନ ସମିତିର ସଭାପତି ଭାବେ ବୁଦ୍ଧଦେବ ନାଗ ମନୋନୀତ ହୋଇଛନ୍ତି । ତୁଷୁରା ଏନ୍‌ଏସିର ଧାନଘରା ସ୍ଥିତ ଲକ୍ଷେଘର ଗଣ୍ଡା ସମାଜ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଶ୍ରୀ ନାଗଙ୍କୁ ସଭାପତି ଭାବେ ଚୟନ କରାଯାଇଛି । ତାଙ୍କ ନିର୍ଦ୍ଦେଶ କ୍ରମେ ଡୁଙ୍ଗିବାହାଲର ଗଦନ ସୁନାଙ୍କୁ ସମ୍ପାଦକ, ସମରେନ୍ଦ୍ର ବାଗ ସହ ସମ୍ପାଦକ, ଅରୁଣ ହରପାଲ ଓ ପ୍ରିୟବ୍ରତ ଛତ୍ରିଆ ଉପସଭାପତି ଓ ପ୍ରମୋଦ ନନ୍ଦ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ପ୍ରତ୍ୟେକ ପଞ୍ଚାୟତରୁ ଦୁଇଜଣ ବ୍ଲକସ୍ତରୀୟ ସଭ୍ୟ ଓ ୧୦ ଜଣିଆ ଉପଦେଷ୍ଟା କମିଟି ଗଠନ କରାଯାଇଛି ।

Leave A Reply

Your email address will not be published.