କୋଭିଡ ପର୍ୟ୍ୟବେକ୍ଷକଙ୍କ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ଦ୍ୱିତୀୟ ସ°କ୍ରମଣର ଭୟାବହତାକୁ ଦେଖି ରାଜ୍ୟ ସରକାରଙ୍କ ଦ୍ଵାରା ବରଗଡ଼ ଜିଲ୍ଲା ପାଇଁ ନିଯୁକ୍ତ ପର୍ୟ୍ୟବେକ୍ଷକ ସତ୍ୟବ୍ରତ ସାହୁ ଆଜି ଜିଲ୍ଲାଗ୍ରସ୍ତ କରିଥିଲେ । ଏହି ଅବସରରେ ସେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଆଲୋଚନା କରିଥିଲେ । ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନୂତନ ଭାବେ ଆରମ୍ଭ ହୋଇଥିବା କୋଭିଡ ଟୀକାକରଣ ଓ ସଚେତନତା ଉପରେ ସମୀକ୍ଷା ହୋଇଥିଲା । ଶ୍ରୀ ସାହୁ ପଡୋଶୀ ରାଜ୍ୟ ଛତିଶଗଡ଼ ର ସୀମାନ୍ତ ଅଞ୍ଚଳକୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କଡ଼ାକଡି‌ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ବରିଷ୍ଠ ନାଗରିକ ଏବଂ ବିବିଧ ରୋଗରେ ପୀଡିତଙ୍କୁ ଟୀକାକରଣ ଉପରେ ଗୁରୁ‌ତ୍ୱ ରୋପଣ କରିଥିଲେ । ସଭାରେ ଜିଲ୍ଲା ଏସପି ପଦ୍ମିନୀ ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.