
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରସ୍ଥ ବ୍ରହ୍ମାନଗର ହନୁମାନ ମନ୍ଦିର ପରିସରରେ ଗଞ୍ଜାମ ଜନଜାଗରଣ ମହାଯଜ୍ଞ ତରଫରୁ ଏକ ବୈଠକ କ୍ରାନ୍ତି ବାବା ସ୍ୱାମୀ ସ୍ୱରୂପା ନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗୋ-ସୁରକ୍ଷା ଓ ହିନ୍ଦୁ ଜାଗରଣକୁ ନେଇ ଆସନ୍ତା ନଭେମ୍ବର ମାସ ୧୨ ଓ ୧୩ ତାରିଖରେ ଦୁଇ ଦିନିଆ କାର୍ଯ୍ୟକ୍ରର୍ମ, ଗଞ୍ଜାମ ଜନଜାଗରଣ ମହାଯଜ୍ଞର ସଫଳ ରୂପାୟନ ନିମନ୍ତେ ତା.୧୬/୧୦/୨୨ (ରବିବାର)ରେ ହେବାକୁ ଥିବା ପୂର୍ବ ପ୍ରସ୍ତୁତି ବୈଠକରେ ସହଭାଗୀତା ତଥା ବହୁ ସଂଖ୍ୟାରେ ଯୋଗଦେବା ନିମନ୍ତେ ସହରର ସମସ୍ତ କର୍ପୋରେଟରମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ତଥା ଜିଲ୍ଲାର ସମସ୍ତ ଅଞ୍ଚଳ ସହ ଯୋଗାଯୋଗରେ ରହିବା ପାଇଁ ଏକ ପ୍ରତିନିଧି ଦଳ ଗଠନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାପାଇଁ ସ୍ଥିର କରାଗଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, ସ୍ୱାମୀହରି ଶରଣାନନ୍ଦ ସରସ୍ପତୀ, ସ୍ୱାମୀ ନକୁଳ ଚରଣ ପୂରି, ସ୍ୱାମୀ ଅଖିଳା ନନ୍ଦଜୀ, ସମ୍ପାଦକ ଉମା ଶଙ୍କର ପାଣି, କୋଷାଧ୍ୟକ୍ଷ ସୁରେନ୍ଦ୍ର ପାଢ଼ୀ, କାମାକ୍ଷ ପ୍ରସାଦ ରଥ, ନିଳାଞ୍ଚଳ ନନ୍ଦ, ଧବଳ ବେହେରା, ଅଶୋକ କୁମାର ବ୍ରହ୍ମା, ଭିକି ଭାଇ, ବିନୋଦ୍ କୁମାର, ଗୋପାଳ ଭାଇ, କେଦାର ନାଥ ପଣ୍ଡା ତଥା ମାନସ ରାମ ସାହୁକାର ଇତ୍ୟାଦି ସକ୍ରିୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।