om academy

ମା’ ତାରାତାରିଣୀଙ୍କ ଷୋଡଶ ଦିନାତ୍ମକ ଦଶହରା ପୂଜା ସମ୍ଭାର ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsm

• ମହାଷ୍ଟମୀ ଦିବସରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖିଛନ୍ତି, ଗଞ୍ଜାମ ଜିଲ୍ଲା ପ୍ରଶାସନ
• ଶୁକ୍ରବାର ମା’ଙ୍କ ମନ୍ଦିର ଓ ପାର୍ବଣସ୍ଥଳ ପରିସରକୁ ପ୍ରଶାସନ ଅନୁଧ୍ୟାନ କରିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ବନ୍ଦନୀୟା ମା’ ତାରାତାରିଣୀଙ୍କ ଷୋଡଶ ଦିନାତ୍ମକ ଦଶହରାପୂଜା ସମ୍ଭାରର ଆୟୋଜନ ନିମନ୍ତେ ଜିଲ୍ଲାପ୍ରଶାସନ ଗୁରୁବାର ଏକ ପ୍ରସ୍ତୁତି ବୈଠକ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବିଧିବଦ୍ଧ ବ୍ୟବସ୍ଥା ମଧ୍ୟରେ ପାଳନ କରାଯିବା ନେଇ ପ୍ରମୁଖ ଅଧିକାରୀ, ମନ୍ଦିର ସେବାୟତ କମିଟିର କର୍ମକର୍ତ୍ତା, ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ନେତ୍ତୃବର୍ଗଙ୍କୁ ନେଇ ଜିଲ୍ଲାପାଳ ବିଶଦ ଆଲୋଚନା କରିଛନ୍ତି । ବିଶେଷ କରି ଆଇନ ଶୃଙ୍ଖଳା, ଯାନ ବାହନ ରଖିବା ସ୍ଥାନ ଅଥବା ପାର୍କିଂଙ୍ଗ ବ୍ୟବସ୍ଥାପନା, ଟ୍ରାଫିକ୍ ସୁରକ୍ଷା, ଆଇନଶୃଙ୍ଖଳା ପରିଚାଳନା, ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଅଗ୍ନି- ନିର୍ବାପକ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମ୍ପର୍କରେ ଆଲୋଚନା ହୋଇଛି । ମୂଳାଷ୍ଟମୀଠାରୁ ମହାଷ୍ଟମୀ ଓ ବିଜୟାଦଶମୀ ପର୍ଯ୍ୟନ୍ତ ଉକ୍ତ ପାର୍ବଣ ଉତ୍ସବ ବର୍ଣ୍ଣାଢ୍ୟ ସାମାରୋହରେ ଆୟୋଜନ ନେଇ ଷୋଡଶ ଉପଚାର ଓ ନବରାତ୍ର ପୂଜା ଚଳିତ ସେପ୍ଟେମ୍ବର ମାସ ୧୭ ତାରିଖଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି । ଏହାର ସମସ୍ତ ନୀତି ନିୟମ, ପୂଜାର୍ଚ୍ଚନା ପଦ୍ଧତି, ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟି ଏହି ପୂଜା-ପାର୍ବଣ ସକାଶେ ବିହିତ ବ୍ୟବସ୍ଥାପନା, ଜନସାଧାରଣଙ୍କ ଶୃଙ୍ଖଳିତ ଦର୍ଶନ, ପୂଜାପାର୍ବଣ କାର୍ଯ୍ୟରେ ଯେପରି ଭକ୍ତଙ୍କ ସକ୍ରୀୟ ଅଂଶଗ୍ରହଣ କରିପାରିବେ ସେଥି ସକାଶେ ନିଜର ମତ ସମସ୍ତଙ୍କ ଆଗରେ ଉପସ୍ଥାପନ କରିଥିଲେ । ପୋଲିସର କଡ଼ାପହରା ବ୍ୟବସ୍ଥା, ସ୍ୱେଚ୍ଛାସେବୀ ସଂଗଠନର କର୍ମୀମାନଙ୍କ ନିୟୋଜନ ଆଦି ଉପରେ ବୈଠକରେ ଦୃଷ୍ଟିଆରୋପ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଭାରତ ଭୂ-ଭାଗରେ ଅନ୍ୟତମ ଶାକ୍ତ ଓ ତନ୍ତ୍ରକ୍ଷେତ୍ର ଆଦିପୀଠ ଭାବେ ଏହା ସୁବିଖ୍ୟାତ । ଏହି ଶକ୍ତିପୀଠ ପୂଣ୍ୟତ୍ତୋୟା ଋଷିକୂଲ୍ୟାତିରେ ପୂର୍ଣ୍ଣଗିରି ଶୀର୍ଷରେ ସ୍ତନପୀଠ ଭାବେ ଖ୍ୟାତି ଲାଭ କରିଥିବା ଆରାଧ୍ୟଦେବୀ ମା’ତାରାତାରିଣୀଙ୍କ ପୀଠ ଭାରତବର୍ଷର ଚାରି ମୁଖ୍ୟ ଶକ୍ତିପୀଠ ମଧ୍ୟରେ ଅନ୍ୟତମ ଅଟେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି । ଗଞ୍ଜାମ ଜିଲ୍ଲାର ୯୯ ପ୍ରତିଶତ ଲୋକଙ୍କ ଆରାଧ୍ୟ ଓ ଅଧିଷ୍ଠାତ୍ରୀ ଦେବୀ ଅବା ଘରଇଷ୍ଟ ଭାବେ “ମା ତାରାତାରିଣୀ”ଙ୍କ ପ୍ରସିଦ୍ଧତା ଅବର୍ଣ୍ଣନୀୟ । ଉକ୍ତ ବୈଠକରେ ପୁରୁଷୋତ୍ତମପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଏସ୍.ଡି,ପି.ଓ. ସୂର୍ଯ୍ୟମଣୀ ପ୍ରଧାନ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଟି.କେ.ରେଡ୍ଡୀ, ମନ୍ଦିର ଉନ୍ନୟନ କମିଟି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ରାସ୍ତା ଓ କୋଠାବାଡି ବିଭାଗର ମୁଖ୍ୟ ତପନ କୁମାର ପାଣିଗ୍ରାହୀ, ବିଡିଏ ସଚିବ ସମ୍ବିତ କୁମାର ରାଉତ, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ଆର୍.ଡବ୍ଲ୍ୟୁ.ଏସ୍.ଏସ୍. ସହକାରୀ ଯନ୍ତ୍ରୀ ସରୋଜ କୁମାର ପାଢୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ମନ୍ଦିର ଉନ୍ନୟନ ଯନ୍ତ୍ରୀ ଇଂ.ସୁରେଶ କୁମାର ମିଶ୍ର, ରାସ୍ତା ଓ କୋଠାବାଡ଼ି ବିଭାଗ ସହକାରୀ ଯନ୍ତ୍ରୀ ମଳୟ କୁମାର ସାହୁ, ପୂଜକ ଗୋଷ୍ଠୀ ସଭାପତି ତପନ କୁମାର ରଣା, ପୂଜକ ସଦସ୍ୟ ବାପୁଜୀ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.